ଗାଆଁର ସଡ଼କ ପ୍ରଶାନ୍ତ କୁମାର ଦାଶ ମଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-783b3b77e7.html ଅଙ୍କା ବଙ୍କା ସେ ଗାଆଁ ସଡ଼କ ଲମ୍ବିଛି ବହୁଦୂର ସେଇ ବାଟରେ ସହରୀ ବନ୍ଧୁ ଆସଇ ପଲ୍ଲୀ ପୁର || ଵନ୍ଧୁ ଵାନ୍ଧବ ସେଇ ବାଟରେ ଆସନ୍ତି ହେଇ ଖୁସୀ ସେଇ ବାଟରେ ସହରଯାଏ ପଢ଼ିବାପାଇଁ ଲୁସି || ସେଇଵାଟରେ ଵେପାର ପାଇଁ ଵଜାର ଯାଏ ଘନ ଶ୍ରମିକଟିଏ କାମକୁ ଯାଏ ଶ୍ରମରେ ରଖି ମନ || ସଡକଛାତି ଉପରେ ନିତି ଚାଷୀ କ୍ଷେତକୁ ଯାଏ ଵାଟକଡରେ ଥୁଣ୍ଟା ଗଛରେ ଵଣିଟି ଵସିଥାଏ || ଵୋହୂ ଵେଶରେ ଗାଆଁର ଝିଅ ଶାଶୂଘରକୁ ଯାଏ ସେଇ ବାଟରେ ଫେରିଵଵୋଲି ମାଆତା ଚାହିଁଥାଏ || ପୁନେଇଁରାତି ଜହ୍ନକିରଣେ ସଡକ ଝଲମଲ ଵରଷା ଦିନେ ଵଗଵସନ୍ତି ଵାଟରେ ପଲ ପଲ || ଗାଆଁ ସଡକ ଦୁଇପଟରେ ସଵୁଜ କ୍ଷେତ ହସେ ସଡକକଡ ଗଛାଇରେ ଵାଟୋଇଭାଇ ଵସେ || ସଡ଼କ ଛାତି ଉପରେ ନିତି ଚାଷୀ କ୍ଷେତକୁ ଯାଏ ବାଟକଡର ଥୁଣ୍ଟା ଗଛରେ ବଣିଟି ଵସିଥାଏ || ସଡକ ପରେ ପାଦପକେଇ ନିଜ ଗାଆଁକୁ ଭୁଲି ପାଠୁଆପିଲା ଦୂର ବିଦେଶ ଯାଆନ୍ତି ଦିନେ ଚାଲି || ∎ ମୋବାଇଲ -୯୬୬୮୮୨୨୧୯୦