ଟେ‌ ଟେଇଁଆ ଵଣି ଡକ୍ଟର ସୁନାମଣି ରାଉତ ମଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-7624aaffa7.html ଛଵିଛଵିଲା ଚଢେଇଟିଏ ତୁମେ କି ତାକୁ ଚିହ୍ନିଚ କିଏ ଲାଞ୍ଜଟି ଟେକି ଖୁସିରେ ଯିଏ ପିଅଇ ବସି ପାଣି, କେତେଵେଳେ ସେ ଆକାଶେ ଉଡେ ଅଥଵା ପାଣି ଭିତରେ ଵୁଡେ ନାଆଁଟି ତା`ର ଜାଣିଚ ପିଲେ ଟେଁ ଟେଇଁଆ ଵଣି।। ରାତିରୁ ଉଠି ଵେ।ଵାଏ ଖାଲି ମନ ହେଲେ ତ ଯାଏ ସେ ଚାଲି ଗହୀର ଵିଲ ପାଟପଠାରେ ଆସଇ ଟିକେ ଵୁଲି, ରାତି ପାହିଲେ ସୂରୁଯ ହସେ ଆଲୁଅ ସଭା ସବୁଠି ଵସେ ସୁଲୁସୁଲିଆ ବାଆ ସାଥିରେ ଖେଳଇ ସିଏ ଝୁଲି।।   ଗହୀରି ଵିଲ ଵେଣା ଉହାଡେ ସୁର ଶଵଦ ନାହିଁ ଯୁଆଡେ ବସାଟି କରି ରହେ ସିଆଡେ ସାଙ୍ଗ ସାଥିଙ୍କ ମେଳେ, କାହା ସାଥୀରେ କରେନି କଳି ସଭିଙ୍କୁ ମଣେ ଆପଣା ଭଳି କାମ ଵେଳରେ କରେ ସେ କାମ ଖେଳଵେଳରେ ଖେଳେ ।। ∎ ରାଜାଵଗିଚା, କଟକ-୯ ମୋ-୯୪୩୭୧୯୨୮୯୦