କଳାକାହ୍ନୁ ମୋ ଭକତି ଘେନ ସୁଜିତ କୁମାର ମିଶ୍ର ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-75c2dfda6c.html ଦେବକୀ କୋଳେ ଜନମ ନେଇ       ରହି ଯଶୋଦା ପାଶେ  ମୋହିଲ ବିଶ୍ବ ଚଗଲାପଣେ       ବାଲ୍ୟଲୀଳାର ବେଶେ । ବଇଁଶୀ ଧରି ଚାଲିଲ ବନେ      ସାଙ୍ଗ ସାଥିକୁ ନେଇ ଡେରି ହୋଇଲେ ଯଶୋଦା ପ୍ରାଣ       କାନ୍ଦଇ କଇଁ କଇଁ  । ଚୋରି କରିଲ କ୍ଷୀର ଲବଣୀ         ଶିକାରେ ଥିଲା ଯେତେ ଧରା ପଡିକି ମାଆ ହାତରୁ        ମାଡ ଖାଇଲ କେତେ  । ମାଟି ଖାଇଲ ବୋଲି ଯଶୋଦା         ରାଗରେ ହେଲେ କୋପ ଆଁ` କରିକି  ଦେଖାଇ ଦେଲ         ବିଶ୍ବବ୍ରହ୍ମାଣ୍ଡ ରୂପ ।  ଛଳେ ଆସିଲା  ପୁତନା ପୁଣି        ନେବାକୁ ତୁମ ପ୍ରାଣ ବିନାଶ କରି   ଦେଖାଇ ଦେଲ        ଅସୀମ ପ୍ରଭୁପଣ  ।    ଗୋପବାସୀକୁ ଉଦ୍ଧାର କଲ         ଗୋବର୍ଦ୍ଧନକୁ ଟେକି    ଚକିତ ହେଲେ  ସଭିଏଁ ତୁମ            ଦିବ୍ୟ ଶକତି ଦେଖି । କଳାକାହ୍ନୁ ମୋ ଭକତି ଘେନ       ଅବୋଧ ପିଲା ମୁହିଁ ଆଶିଷ ତୁମ   ପ୍ରାପତ ହେଉ  ସାରା ଜନମ ପାଇଁ ∎ ଜନାର୍ଦ୍ଦନପୁର ଶାସନ କେନ୍ଦୁଝର ୭୬୮୩୮୬୭୭୪୨