ଦୟା ବିଜୟଲକ୍ଷ୍ମୀ ଚୌଧୁରୀ ସେପ୍ଟେମ୍ବର: ୨୦୨୬ Canonical: https://sishu.kabitawithoutborders.org/shishu/article_details-754abf5ad8.html ବହୁତ ଦିନ ତଳର କଥା। ଏକ ସୁନ୍ଦର ଜଙ୍ଗଲ ପାଖରେ ଛୋଟ ଗାଁଟିଏ ଥିଲା। ସେହି ଗାଁରେ ମୀନା ନାମର ଜଣେ ଦୟାଳୁ ଝିଅ ରହୁଥିଲା। ସେ ପ୍ରତିଦିନ ପକ୍ଷୀମାନଙ୍କୁ ଦାନା ଦେଉଥିଲା ଏବଂ ଗଛଗୁଡ଼ିକୁ ପାଣି ଦେଉଥିଲା। ଏକ ପୂର୍ଣ୍ଣିମା ରାତିରେ ମୀନା ଜଙ୍ଗଲକୁ ଯାଇଥିବା ବେଳେ ହଠାତ୍ ଏକ ଉଜ୍ଜ୍ୱଳ ଆଲୋକ ଦେଖିଲା। ସେହି ଆଲୋକରୁ ଏକ ସୁନ୍ଦର ପରୀ ବାହାରିଲା। ପରୀ କହିଲା, "ମୀନା, ତୁମର ଭଲ ମନ ଓ ଦୟା ଦେଖି ମୁଁ ବହୁତ ଖୁସି। ତୁମେ ଯାହା ଇଚ୍ଛା କରିବ, ମୁଁ ପୂରଣ କରିବି। " ମୀନା ନିଜ ପାଇଁ କିଛି ମାଗିଲା ନାହିଁ। ସେ କହିଲା, "ଆମ ଗାଁରେ ସବୁବେଳେ ପାଣି ରହୁ, ଚାଷ ଭଲ ହେଉ ଏବଂ ସମସ୍ତେ ସୁଖରେ ରୁହନ୍ତୁ। " ପରୀ ହସି କହିଲା, "ଏହି ନିସ୍ୱାର୍ଥ ଇଚ୍ଛା ପାଇଁ ତୁମକୁ ଆଶୀର୍ବାଦ ଦେଉଛି। " ସେ ତା`ର ଯାଦୁ ଛଡ଼ି ବୁଲାଇବାମାତ୍ରେ ଗାଁରେ ବର୍ଷା ହେଲା। ନଦୀ,ପୋଖରୀ ପାଣିରେ ଭରିଗଲା, ଫସଲ ସବୁଜ ହୋଇଉଠିଲା ଏବଂ ଲୋକମାନେ ଖୁସିରେ ରହିବାକୁ ଲାଗିଲେ। ସେହି ଦିନଠାରୁ ମୀନାଙ୍କୁ ସମସ୍ତେ ଭଲପାଇବାକୁ ଲାଗିଲେ। କୁହାଯାଏ, ଆଜି ମଧ୍ୟ ଯେଉଁମାନେ ଭଲ କାମ କରନ୍ତି, ସେମାନଙ୍କୁ ପରୀ ନିଜର ଅଦୃଶ୍ୟ ଆଶୀର୍ବାଦ ଦେଇଥାଏ। ଦୟା, ସତ୍ୟ ଓ ନିସ୍ୱାର୍ଥ ସେବାର ଫଳ ସବୁବେଳେ ଭଲ ହୁଏ। ∎ ଶିକ୍ଷୟିତ୍ରୀ ଡି ଏ ଭି ପବ୍ଲିକ ସ୍କୁଲ , ପୁରୀ ଫୋନ୍- *