ଚା’ ଦାଶ ବେନହୁର ଅଗଷ୍ଟ: ୨୦୨୪ Canonical: https://sishu.kabitawithoutborders.org/shishu/article_details-749e695c3c.html ସେଦିନ ସକାଳେ ଜେଜେବାପା ମତେ ପିଉଥିଲେ। କପରୁ ପ୍ଲେଟ୍‌କୁ ଢାଳି ପି ଇଲାବେଳେ ସୁଡୁସୁଡୁ ଶବଦ ଶୁଣି ତୁମର ଭାରି ଇଚ୍ଛା ହେଉଥିଲା ମତେ ପିଇବାକୁ । ତୁମେ ତାଙ୍କୁ ନାକେଇ ଚାହିଁ ଥିଲ। ମା` ଆସି ସଫା ମନା କରିଦେଲେ । କହିଲେ, “ଛୋଟପିଲା ଚା` ପିଅନ୍ତି ନି । `” ସତ କଥା। ପିଲାମାନେ ମତେ ପିଇବା କଥା ପଡ଼ିଲେ ପ୍ରାୟ ସମସ୍ତେ ବାରଣ କରନ୍ତି । କାରଣ ମୁଁ ପିଲାମାନଙ୍କର ସ୍ଵାସ୍ଥ୍ୟ ଦିଗରୁ ଅହିତକାରୀ । ମୋ ଦେହରେ କାଫିନ୍‌ ଅଛି, ଯାହା ଏକ ପ୍ରକାରର ବିଷ । କେହି କେହି କହନ୍ତି , ମୋର କେତେକ ଦାମୀ କିସମରେ କାଫିନ୍‌ କମ୍‌ ଅଛ, କିନ୍ତୁ ଏ ଧାରଣା ବି ଭୁଲ୍‌। ମୋ ଦେହରେ ଟାନିନ୍‌ ଅଛି, ଯାହା ପୁଷ୍ଟିସାର ଖାଦ୍ୟକୁ ହଜମ କରେଇବାରେ ବାଧା ସୃଷ୍ଟି କରେ । ତା`ସହତ କିଛି କିଛି ପାଚକ ରସ ମଧ୍ୟ ମୋ ଯୋଗୁଁ ପାକସ୍ତଳୀରୁ ଝରିବା ବନ୍ଦ ହୋଇଯାଏ। ଏ ସବୁ କଥା ଛୋଟ ପିଲାଙ୍କ ପାଇଁ । ମାତ୍ର ପାନୀୟ ହିସାବରେ ମୁଁ ହେଉଛି ପୃଥିବୀର ସବୁଠାରୁ ଅଧକ ବ୍ୟବହାର କରାଯାଉଥିବା ପାନୀୟ। ବୟସ୍କ ଲୋକମାନେ ମତେ ପିଇବାର କାରଣ ହେଲା, ମୋ ଦେହରେ ଯେଉଁ ଏଲ୍‌-ଥେନିନ୍‌ ନାମକ ରାସାୟନିକ ପଦାର୍ଥ ଅଛି, ତାହା ମନକୁ ଶାନ୍ତ ଓ ତାଜା କରିବାରେ ସାହାଯ୍ୟ କରେ। ମୁଁ ଏକ ବୁଦୁବୁଳିକିଆ ଚିର ହରିତ୍‌ ଗଛ । ପ୍ରାୟ ଗ୍ରୀଷ୍ମମଣ୍ଡଳୀୟ ଇଲାକାରେ ମୁଁ ଦେଖାଦିଏ। ଗଛ ହିସାବରେ ମୋ ନାମ ଚା` ଏବଂ ପାନୀୟ ହିସାବରେ ମଧ୍ୟ ମୋ ନାଁ ଚା` । ବୈଜ୍ଞାନିକମାନେ ମୋର ଗଛ ନାମକୁ କହନ୍ତି, `କାମେଲିଆ ସିନେନ୍‌ସିସ୍‌`। ଜାଣିବାର କଥା ଯେ ମୁଁ ସିଧାସଳଖ ଗଛରୁ ଆସି ବ୍ୟବହୃତ ହୁଏ ନାହିଁ । ମତେ ତିଆରି କରିବା ପାଇଁ ଏକ ପ୍ରସ୍ତୁତି ପ୍ରକ୍ରୟା ଦରକାର ପଡ଼ୋ ନିର୍ଦିଷ୍ଟ ଉତ୍ତାପରେ ଶୁଖେଇ ମତେ ପ୍ରସ୍ତୁତ କରିବାକୁ ହୁଏ। ଧଳା, ସବୁଜ, କଳା ଓ ଉଲଙଂ ଆଦି ବିଭିନ ରୂପରେ ମୁଁ ବଜାରରେ ମିଳେ । ନାନା ପ୍ରକାରର ମିଶ୍ରଣ ପ୍ରକିୟା ମାଧ୍ୟମରେ ମତେ ଭିନ୍ନ ଭିନ୍ନ ପ୍ରକାରର ବାସ୍ନା ଓ ସ୍ଵାଦରେ ପରିଣତ କରାଯାଏ। ନିଜର ଜନ୍ମସ୍ଥାନ ଅନୁସାରେ ମୋର ବାସ୍ନା ମଧ୍ୟ ଭିନ୍ନ ହୁଏ। ମୋର ଆଦି ଜନ୍ମସ୍ପାନ ହେଉଛି ପୂର୍ବ ଓ ଦକ୍ଷିଣ ଏସିଆ । ଉତ୍ତରପୂର୍ବ ଭାରତ, ଉତ୍ତର ବର୍ମା ଓ ଦକ୍ଷିଣ ପଶ୍ଚିମ ଚୀନ୍‌ ମୋର ଜନମମାଟି। ଗବେଷକମାନେ କହୁଛନ୍ତି ଯେ ମୋର ବ୍ଯବହାର ପ୍ରଥମେ ଚୀନ୍‌ ଦେଶର ଲୋକେ ଆରମ୍ବ କରିଥିଲେ। ସିଏ ଖ୍ରୀଷ୍ଟପୂର୍ବ ଦଶମ ଶତାବ୍ଦୀର କଥା। ପରେ ପର୍ତୂଗୀଜମାନେ ଷୋଡ଼ଶ ଶତାବ୍ଦୀରେ ମତେ ନେଇ ଇଉରୋପ ମହାଦେଶରେ ପରିଚିତ କରାଇଲେ। ଏବେ ସାରା ବିଶ୍ଵରେ ମତେ ସମସ୍ତେ ଜାଣନ୍ତି । ତେବେ ଗୋଟେ କଥା। ମୋ ବଗିଚା ଦେଖିଲେ ତୁମକୁ ଖୁବ୍‌ ଭଲ ଲାଗିବ। ସୁନ୍ଦର ସବୁଜ ରଂଗରେ ବଗିଚାଟି ସବୁବେଳେ ସୁନ୍ଦର ଓ ସତେଜ ଦେଖାଯାଏ। ∎