ରଖିଯିବା ଯଶ ନାମ ନୀଳମଣି ଚାନ୍ଦ ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-745108f472.html ଘଣ୍ଟା ଚାଲୁଥାଏ ନଈ ବହୁଥାଏ ଅଟକିବା ଦେଖିନାହିଁ ପଛକୁ ନ ଚାହିଁ ଆଗକୁ ଚାଲରେ ଶିକ୍ଷା ଦିଏ ଆମ ପାଇଁ। ଆଗକୁ ଚାଲିବା କଥାଟି ଶିଖିବା ଘଣ୍ଟା ଓ ନଈକୁ ଦେଖି ଆଜି କାମ ଆଜି କରିବା କଥାଟି ଦେବା ଡାଏରୀରେ ଲେଖି। ଅଳସୁଆ ଯିଏ କାମକୁ ପକେଇ ବସି ମାରୁଥାଏ ହାଇ ଆଗକୁ ଚାଲିବା କଥା ପୂରାପୂରି ମନରୁ ସେ ଭୁଲିଥାଇ । ଘଣ୍ଟା ଚାଲୁଥାଉ, ନଈ ଚାଲୁଥାଉ ହାତ ଚାଲୁଥାଉ ଆମ ଭଲକାମ କରି ଆଗେଇ ଚାଲିଲେ ରଖିଯିବା ଯଶ ନାମ । ∎ ୨୭,ମନ୍ତ୍ର ମାନୋର,ଗୋଠପାଟଣା ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭