ଅଦଳବଦଳ ଡକ୍ଟର ସଚ୍ଚିଦାନନ୍ଦ କର ଫେବୃଆରୀ : ୨୦୨୬ Canonical: https://sishu.kabitawithoutborders.org/shishu/article_details-739c9558b7.html ଗ୍ରୀଷମ ଫେରିଲେ ଖୁସିରେ ଫୁଲନ୍ତି ନଦୀ ନାଳ ସୁନିଳ ଆକାଶେ କଳାମେଘ ଭାସେ ପଦୁଅଁ ର ସରେ ଦିନକାଳ ।। ବରଷା ଫେରିଲେ ଶୁଭେ ନାହିଁ ମେଘ ଘଡ଼ଘଡ଼ି ଶେଫାଳିଟି ଫୁଟେ ବାସ ତା`ର ଛୁଟେ କଦମ୍ବ କୁସୁମ ଯାଏ ଝଡ଼ି ।। ଶରତ ଫେରିଲେ ଶିଶିର ପଡ଼ଇ ରାତି ହେଲେ ଲାଗେ ନାହିଁ ଟାଣ ସୂରୁଯ କିରଣ ଥଣ୍ଡା ଲାଗେ ଧୀର ବାଆ ଦେଲେ ।। ହେମନ୍ତ ଫେରିଲେ ସୁନାରଙ୍ଗୀ ଦିଶେ ଧାନବିଲ ସହଳ ସହଳ ବିତେ ଦିନବେଳ ଉଚ୍ଚ ଆକାଶରେ ଉଡ଼େ ଚିଲ ।। ଶୀତଟି ଫେରିଲେ ଅଲୋଡ଼ା ‌ହୁଅଇ ଶୀତବାସ ଧରଣୀର ଶୋଭା ଦିଶେ ମନଲୋଭା ଆସି ପହଞ୍ଚଇ ମଧୁମାସ ।। ବସନ୍ତ ଫେରିଲେ ପିକ ଆଉ ଗାଏନା‌ହିଁ ଗୀତ ଶୁଖା ଦିଶେ ମାଟି ଶୀତଳ ଛାଇଟି ବାଟୋଇ ଭାଇର ହୁଏ ମିତ ।। ଜଣେ ଫେରିଗଲେ ଆଉ ଜଣେ ନିଏ ଜାଗା ତା`ର ଅଦଳବଦଳ ଇଏ ଗୋଟେ ଖେଳ ଲାଗେ ସତେ ଅବା ଆଉ କା`ର ।‌। ∎ ନିର୍ମାଲ୍ୟ ନୂଆପଡ଼ା, ନୟାବଜାର, କଟକ - ୦୪ ମୋ. - ୯୮୬୧୨୧୧୦୫୧