ସମୟ ନଈ ଅଟକେ ନାଇଁ ଧ୍ରୁବ ଚରଣ ଘିବେଲା ଡିସେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-73940f8351.html ସମୟ ନଈ ଅଟକେ ନାଇଁ ବହେ ସେ ଅବିରତ ସତସତିକା ନଈର ଥାଏ ଦୁଇ କୂଳ ନିଶ୍ଚିତ I ସମୟ ନଈ ବହେ ସେମିତି ନଥାଇ ଦୁଇ କୂଳ ଅସଲ ନଈ ଯାଏ ଅଟକି ନ ଥିଲେ ସୁଅ ଧାର I ସମୟ ସୁଅ ସେ ନିରବଧି କେଉଁ କାଳୁ ବହୁଛି ସମୟ ନଈ ପାଣି ନ ଥାଇ ଆଗେଇ ସେ ଚାଲିଛି I ସମୟ ଟାକେ ନାହିଁ କାହାକୁ ଏକଲା ଚାଲିଥାଏ ସମୟ ସାଥେ କିଏ ବା ପୁଣି କେଉଁଠି ଯୋଡ଼ିହୁଏ I ସମୟ ଆଗେ କେ ନୁହେଁ ବଡ଼ ସମୟ ବଳବାନ ସମୟ ବଳେ କିଏ ବା ହୁଏ ଅତୀବ ଭାଗ୍ୟବାନ I ଆଜିର ରାଜା କାଲି ଫକୀର କରି କରାଉଥାଏ ସମୟ ପୁଣି କାହାକୁ ନେଇ କେଉଁଠି ଥୋଇଦିଏ I ସମୟ ସୁଅ ଅନୁକୂଳରେ କେ ହୁଏ ଭାଗ୍ୟବାନ ପ୍ରତିକୂଳର ସ୍ଥିତିରେ ରହି କେ ସାଜେ ହୀନିମାନ I ସମୟ ନଈ ଚାଲିଛି ବହି ଚାଲିଥିବ ସେମିତି କେଉଁଠି କେବେ ରହିଯାଏନି ନ ଅଟକି ଯେମିତି I ସୁଖ ସମୟ ଗତି ଅଧିକ ଶୀଘିର ଚାଲିଯାଏ ଦୁଃଖ ସମୟ ଗତି ମନ୍ଥର ସହଜରେ ନଯାଏ I ∎ ବଉଦରାଜ, ଜି. ବୌଦ୍ଧ ମୋ.9437478466S