ସରିଯାଉଅଛି ଋତୁ ଧ୍ରୁବ ଚରଣ ଘିବେଲା ଫେବୃଆରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-730f1ec09b.html ଦିନ ସରୁଅଛି ମାସ ବି ସରୁଛି ସରିଯାଉଅଛି ଋତୁ ଋତୁଚକ୍ର ଘୁରି ଶୀତ ଯିବ ସରି ସରିଯିବ ଦେଖୁ ଦେଖୁ I ଆସିଥିଲା ଶୀତ ଜଗତର ମିତ ଥିଲା ସଭିଙ୍କର ହିତେ ଅମଳର ଋତୁ ବୋଲି ପଡ଼େ ହୁରି କୃଷକ ଉଷତ ସତେ I ଚାଷୀର ଅଭାବ କଷଣ ନଥାଏ ଧନଧାନ୍ୟରେ ଭରି ଶୀତ ଶେଷ ଭାଗ ଅମଳ ସମୟ ଚାଷୀ ସୁଖ ଅସୁମାରୀ I ଶୀତ ସରିଆସେ ଶୀତ ବଳ କମି ବଢ଼ିଯାଇ ଖରା ତେଜ ମକରେ ବକର ଖରା ହୁଏ ଖର କରାଏ ଆନେ ନିସ୍ତେଜ I ଶୀତ ଆୟୁ କାଳ ସରିବା ଆଗରୁ ଋତୁରାଜ ଥୁଏ ପାଦ ଫେରିଯିବ ବୋଲି ଶୀତଋତୁ ମନେ ନଥାଏ ବୁନ୍ଦାଏ ଖେଦ I ହେମନ୍ତ ଯେମିତି ଶୀତ ବି ସେମିତି ଜଣେ ଗଲେ ଜଣେ ଆସେ ଯେ ଯାଏ ଅତୀତ ନୂଆ ଆଗନ୍ତୁକ ଆସିଯାଇ ସିଏ ହସେ I ଶୀତ ନ ଫେରୁଣୁ ଆସେଟି ବସନ୍ତ ମୃଦୁ ମଳୟ ସାଥିରେ ଜଗତ ହସିକି ପୁଲକିତ ଅତି କୋଇଲି କୁହୁତାନରେ I ∎ ବଉଦରାଜ, ଜି. ବୌଦ୍ଧ ମୋ.9437478466