କହିଲାଣି ହସି ଧ୍ରୁବ ଚରଣ ଘିବେଲା ସେପ୍ଟେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-72c3c9504e.html କହିଲାଣି ହସି ମୁହିଁ ରହିଅଛି ଶରତରେ ବାଟେ ଘାଟେ ଶ୍ରାବଣ ଶେଷରେ ଶାଗୁଆ ଦେହରେ ଶୋଭା ପାଇ ମୁଁ ପ୍ରକଟେ । ଆକାଶରେ ଧଳା ବସା ମେଘମାଳା ଶୋଭା ପାଆନ୍ତି ଯେମିତି ମାଟି ଛାତି ପରେ ଏଠାରେ ସେଠାରେ ଶୋଭା ବାଢ଼େ ମୁଁ ସେମିତି । ସ୍ୱଚ୍ଛତା ପାଇଁ କି ଜଗତରେ ଜଣା ଭୁଦ ଅଶିଣର ଶରତ ଯହିଁ ଦେଖ ତହିଁ ଶୋଭା ପରକାଶି ହସୁଥାଏ ସାରା ଜଗତ । ସ୍ୱଚ୍ଛତା ବାରତା ବାଢ଼େ ମରତରେ ଜଳ ସ୍ଥଳ ନିରିମଳ ଶରତରେ ନଈ ନାଳ ଜଳ ସ୍ୱଚ୍ଛ ଗାଡ଼ିଆରେ ଶୋହେ କମଳ । ସ୍ୱଚ୍ଛ ପରିବେଶେ ସୁନ୍ଦର ସନ୍ଦେଶ ବାଣ୍ଟିଥାଏ ପୁଣି କାଶ ସଫା ରହି ରଖ ପରିବେଶ ସ୍ୱଚ୍ଛ କାଶ ପ୍ରାୟେ ହସ ହସ । ଶରତର ଶୀରି ମୁଁ କାଶ ସୁନ୍ଦରୀ ଶରତରେ ବାଢ଼େ ଶୋଭା ଆସିବେଟି ମାଆ ଦଶଭୁଜା ଦୁର୍ଗା ବଢ଼ାଇ ମରତ ଆଭା । ମାଆଙ୍କ ଚାମର ସେବାରେ ରହିବି ମାଆଙ୍କର ଆଗମନେ ଆଶିଷ ଢାଳିବେ ଭକତ ଲଭିବେ ଦିବ୍ୟ ଅନୁଭବ ପ୍ରାଣେ । ∎ ବଉଦରାଜ, ଜି. ବୌଦ୍ଧ ମୋ.9437478466