କରିବା ପଣ ଧ୍ରୁବ ଚରଣ ଘିବେଲା ମାର୍ଚ : ୨୦୨୪ Canonical: https://sishu.kabitawithoutborders.org/shishu/article_details-71db26c081.html ପବନ ବହେ ପରାଣ ରହେ ସେ ପବନ ପରାଣ ଦେହ ଭିତରେ ପବନ ପରା ଜୀବର ସେ ଜୀବନ । ବିନା ପବନେ ବଞ୍ଚିବା କ୍ଷଣେ ନୁହଁଇଟି ସମ୍ଭବ ପବନ ଭଳି ପାଣି ଲୋଡ଼ନ୍ତି ଅଛନ୍ତି ଯେତେ ଜୀବ । ଗଛ ଯୋଗୁଁ ହିଁ ପାଣି ପବନ ଆମକୁ ମିଳିଥାଇ ବଣ ପାହାଡ଼ ପ୍ରକୃତି ମାଆ ଥାନ୍ତି ଆମକୁ ଦେଇ ନଈ ସେମିତି ପାଣି ଦେଇ କି ଥାଏ ଦେବା ଧାରାରେ ଗଛ କେତେ ଯେ ଫୁଲ ଓ ଫଳ ଦିଏ ବିନା ବିଚାରେ । କେତେ ଜୀବକୁ କୋଳେଇ ନେଇ ମାଟି ଧରି ରଖିଛି ମାଟି ଉପରେ ମାଟିର ତଳେ କେ ଘର ତୋଳିଅଛି । ଅଙ୍କେଇ ଥାଇ ବଙ୍କେଇ ଯାଇ ବହେ ନଈ ମାଟିରେ ବଣ ଜଙ୍ଗଲ ପାହାଡ଼ ଖୋଲ ଜୀବ ବି ସେ ମାଟିରେ । ଆମରି ପାଇଁ ତାଙ୍କରି ଦାନ ମୂଲ୍ୟ ବା କେ କଳିବ ପ୍ରକୃତି ବିନା ଜୀବନ ଏଠି ହୁଅନ୍ତା ଅସମ୍ଭବ । ତେଣୁ ଆମକୁ ବିଚାରବନ୍ତ ହେବାକୁ ହିଁ ପଡ଼ିବ ପରିବେଶର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ହେବ । କରିବା ପଣ ରଖିବା ମନ ପାଉ ଯାହାଠୁ ଯାହା କୃତଜ୍ଞ ହେବା ସୁରକ୍ଷା ଦେବା ଯେ ହୁଏ ଆମ ସାହା । ପରିବେଶର ସୁରକ୍ଷା ପାଇଁ ସଚେତନତା ବାର୍ତ୍ତା ଆମେ ବାଣ୍ଟିବା ପୁଣି ଜାଣିବା ପ୍ରକୃତି ଆମ ମାତା ∎ ବଉଦରାଜ, ଜି. ବୌଦ୍ଧ ମୋ.9437478466