ପୂଜା ଆସିଲା କନ୍ଦର୍ପ ବେହେରା ଅକ୍ଟୋବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-712f26dcf1.html ବରଷକ ପରେ ଆସିଲାରେ ପୂଜା ଆସିଲା, ମାମା, ଅଂଶୁ ମନ ଆନନ୍ଦରେ ନାଚି ଉଠିଲା ll ଆକାଶେ ବଉଦ ଭେଳା ଭେଳା ହୋଇ ଭାସିଲା, ଟପର ଟପର ଆକାଶୁ କାକର ପଡିଲା ll କାଶତଣ୍ଡୀ ଫୁଲ ସବୁଜ ବହଳ ଗଦିରେ, ଫୁଟି ଖେଳୁ ଅଛି ନିତି ନଈ ପଠା ଧାରରେ ll ଦିଶୁଛି ସୁନ୍ଦର ବିଲ, ବଣ ଆଉ ପଡିଆ, ଦଶରା ମେଢ଼ ତ ଦେଖିବାକୁ କେତେ ବଢିଆ ll ଘରେ ଘରେ କେତେ ଭାସୁଅଛି ପିଠା ପଣାରେ, ଆମ ମାମା, ଅଂଶୁ ଖାଆନ୍ତି ହରଷ ମନରେ ll ମଜା ତ କରନ୍ତି ପିଲାଏ ଦଶରା ବଜାରେ, ବୁଲନ୍ତି ସଭିଏଁ କେତେ ସାଙ୍ଗ ସାଥି ମେଳରେ ll ∎ କବି କୁଟୀର, ସା/ପୋ =ଡଇଁଚା, ଭାୟା -ରେଢ଼ାଖୋଲ, ଜି -ସମ୍ବଲପୁର, ପିନ -768106 ମୋ -7077579317