ସହନଶୀଳତା ରାଧାମାଧବ ରଥ ନଭେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-705cbea94a.html ଅଷ୍ଟମ ଶ୍ରେଣୀ। ବସନ୍ତ ଓ ସୁଶୀଲ୍ ଏକାଠି ପାଠ ପଢନ୍ତି।ପରୀକ୍ଷାରେ ସେ ଦୁହେଁ ସର୍ବଦା ତଳଉପର ହୁଅନ୍ତି।ଅର୍ଥାତ ବସନ୍ତ ପ୍ରଥମ ହେଲେ,ସୁଶୀଲ ଦ୍ବିତୀୟ ହୁଏ ବା,ସୁଶୀଲ ପ୍ରଥମ ହେଲେ ବସନ୍ତ ଦ୍ବିତୀୟ ହୁଏ। ଏକଦା ଷଣ୍ମାସିକ ପରୀକ୍ଷାରେ ସୁଶୀଲ ପ୍ରଥମ ହୋଇଥିବା ସ୍ଥଳେ ବସନ୍ତ ଦ୍ବିତୀୟ ହେଲା।ଏହା ଜାଣି ସୁଶୀଲ ମନରେ ଅହଂକାର ଆସିଲା।ସେ ବସନ୍ତକୁ ଦେଖେଇ ଶୁଣେଇ ଅନେକ କଥା କହିଲା।ଏପରିକି ସମସ୍ତଙ୍କ ଆଗରେ ଅପମାନ ବି ଦେଲା। ଘଟଣା ହେଲା,ବସନ୍ତ କୌଣସି କାରଣରୁ ଗଣିତରେ କମ୍ ନମ୍ବର ରଖିବା ଫଳରେ ଶ୍ରେଣୀରେ ପ୍ରଥମ ହୋଇ ପାରିଲା ନାହିଁ।ଫଳତଃ ସୁଶୀଲ ପ୍ରଥମ ହେଲା।ସୁଶୀଲ ଗର୍ବୀ ଓ ଅହଂକାରୀ। ସେଦିନ ବସନ୍ତ ମନ ଦୁଃଖରେ ଘରକୁ ଫେରିଲା।ତା ମନରେ ସରସତା ନ ଥାଏ। ମୁହଁକୁ ତଳକୁ କରି ବସନ୍ତ ବସିଥିବା ଦେଖି ତାର ମାଆ, ସ୍ନେହଲତା ପାଖକୁ ଆସି ପଚାରିଲେ,ତୋର ଆଜି କାହିଁକି ମନ ଦୁଃଖ ? ଘଟଣା କଣ ? ବସନ୍ତ ସବୁକଥା ଖୋଲିକରି ମାଆଙ୍କ ଆଗରେ ପ୍ରକାଶ କଲା। ସ୍ନେହଲତା ସବୁକଥା ଶୁଣିସାରି ହସିହସି କହିଲେ,ଏହି ସାମାନ୍ଯ କଥା ! ଏଇଥିପାଇଁ ତୁ ମନ ଦୁଃଖ କରୁଛୁ ? ଏହାର ସମାଧାନର ପଥ ଅତି ସହଜ।ତୁ ପରିଶ୍ରମ କଲେ ଅକ୍ଳେଶରେ ପ୍ରଥମ ହୋଇ ପାରିବୁ।ଆଜିଠୁ ତୁ ମନଦେଇ ପଢିବା ଆରମ୍ଭ କରି ଦେ।ସମୟକୁ ବରବାଦ ନ କରି ,ସାଙ୍ଗସାଥୀଙ୍କ ସହ ହସିଖେଳି ସମୟ ନ କଟାଇ,ଅପମାନକୁ ଅପମାନ ବୋଲି ନ ଭାବି ତୁ ତୋର ପରିଶ୍ରମ ଜାରି ରଖ।ଦେଖିବୁ,ତୁ ନିଶ୍ଚୟ ଆସନ୍ତାଥର ପ୍ରଥମ ହେବୁ।ଅପମାନ ତୋ ପାଇଁ ଆଶୀର୍ବାଦ ହେବ। ବସନ୍ତ ମାଆଙ୍କ କଥା ମାନି ସମୟକୁ ଅପଚୟ ନ କରି ମନ ଦେଇ ପାଠ ପଢିଲା।ସୁଶୀଲର କଥାକୁ ଚାଲେଞ୍ଜ ରୂପେ ଗ୍ରହଣ କଲା।ସତକୁସତ ସେ ଶ୍ରେଣୀରେ ପ୍ରଥମ ହୋଇ ସୁନାମ ଅର୍ଜନ କଲା। ଶେଷରେ ପ୍ରଧାନ ଶିକ୍ଷକ ତାକୁ ଧନ୍ୟବାଦ ଦେବା ସହିତ ଆଶୀର୍ବାଦ ବି ଦେଲେ।ସୁଶୀଲ ନିଜର ଭୁଲ୍ ବୁଝିପାରି ବସନ୍ତ ପାଖରେ କ୍ଷମା ମାଗିଲା।କଥାରେ ଅଛି,ସହନଶୀଳତା ମଣିଷର ମହାନ ଗୁଣ ଅଟେ।ସେଇ ଦିନ ଠାରୁ ସୁଶୀଲ ଅହଂକାର କରିବାକୁ ଗଲାନାହିଁ। ∎ ଅଷ୍ଟମ ଶ୍ରେଣୀ ଭର୍ତ୍ତୁର, ବାଙ୍ଗାଲୋର ,କର୍ଣ୍ଣାଟକ । ମୋ -9437181196.