ଉଡୁରେ ଉଡ଼ୁ ତ୍ରିରଙ୍ଗା ଉଡ଼ୁ ନୀଳମଣି ଚାନ୍ଦ ଅଗଷ୍ଟ: ୨୦୨୪ Canonical: https://sishu.kabitawithoutborders.org/shishu/article_details-6fa3574d9e.html ଇନ୍ଦ୍ରଗୋପର ଗୋଟିଏ ରଙ୍ଗ ଇନ୍ଦ୍ରଚାପର ସାତ ଅଶୋକ ଚକ୍ର,ତିନିରଙ୍ଗିଆ ଆମ ତ୍ରିରଙ୍ଗା ସେତ। କପୋତ ଉଡ଼େ ବେଲୁନ୍ ଉଡ଼େ ଯେ ଉଡ଼େ ଫରଫର ସିଏ ଜାତୀୟ ପତାକା ଆମ ତାକୁ ସଲାମ କର। ଗୀତରେ ଗୀତ ଗୋଟିଏ ଗୀତ ଜନ-ଗଣ ତା ନାଆଁ ସେଇ ଗୀତଟି ହୋଇବ ଗାନ ସହର ଠାରୁ ଗାଆଁ। ଇନ଼କିଲାବ୍, ଜୟହିନ୍ଦ୍ ସ୍ଳୋଗାନ୍ ସବୁ ଦେବା ସକାଳ ବେଳା `ପ୍ରଭାତଫେରି` ଆସ ତା ମଜା ନେବା। ଭୁଲିବା ନାହିଁ ଅଗଷ୍ଟ ମାସ ପନ୍ଦର ତାରିଖକୁ ସ୍ୱାଧୀନତା ଦିବସ ଭାବେ ଆମେ ପାଳଇ ତାକୁ। ଉଡୁରେ ଉଡ଼ୁ ତ୍ରିରଙ୍ଗା ଉଡ଼ୁ ଉଚ୍ଚରେ ଟେକି ମଥା ଶୁଣେଇ ଦେଉ ଶାନ୍ତି ଅହିଂସା ଆଉ ମୈତ୍ରୀର କଥା। ∎ ୨୭, ମନ୍ତ୍ର ମାନୋର,ଗୋଠପାଟଣା ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭