ନଉକା ମୁହିଁ ସ୍ଵର୍ଣ୍ଣଲତା ତ୍ରିପାଠୀ ଜୁଲାଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-6eaf0de36f.html ନଉକା ମୁହିଁ ପାଣିରେ ଭାସେ ଟାଣୁଆ କ।ଠେ ତିଆରି, ନଦୀ ହ୍ରଦରେ ବୋହି ଜିନିଷ ମଣିଷକୁ କରେ ପାରି । ମଝି ଅଂଶଟି ଓସାରିଆ ଯେ ଶେଷ ଅଣଓସାରିଆ, ଚଳାଇବା ଲୋକଟି ପର। ନାମ ବହି ନାଉରିଆ । ପୂରୁବ କାଲେ ମୋ ଦେହେ ବସି ଦୂର ଦେଶକୁ ପାରି, ଜାଭା ,ସୁମାତ୍ରା, ବୋର୍ଣିଓ କେତେ ଦ୍ଵିପେ ବାଣିଜ୍ୟ ସାରି। ଆଜିକାଲିକା ବିଜ୍ଞାନ ଯୁଗେ ମଣିଷ ଯନ୍ତ୍ର ସାଜି, ବୋଟ୍,ଜାହାଜ,ମୋଟର,ଲଞ୍ଚ ଘଡିକେ ଘୋଡ଼ା ଛୁଟି। ହଜାର ହଜାର ମାଇଲି ଯାତ୍ରା କରୁଛି ନିମିଷକେ, ହେଲେ ବି ମୋତେ ଭାରି ଆଦର ମଣିଷ ନଜର ରଖେ । ଛୋଟ ହେଲେ ବି ସବୁଦିନିଆ କର୍ତ୍ତବ୍ୟ କରି ଚାଲ, ନଉକା ମୁହିଁ ବସୁଧା ପରି ସହିବା ଗୁଣ ଭଲ । ∎ (ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ) ଅବସର ପ୍ରାପ୍ତ ମଣ୍ଡଳ ସହ ଶିକ୍ଷା ଅଧିକାରୀ,ପୁରୀ ସଦର ବ୍ଲକ୍, ପୁରୀ ।