ହାତ ଅଟଇ ବନ୍ଧୁ ଦୀନବନ୍ଧୁ ପୋଇ ଫେବୃଆରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-6e0d9f0cf4.html କେଡେ ସୁନ୍ଦର ମୋ ଦୁଇ ବନ୍ଧୁ ପାଖରେ ମୋର ଥାଇ ଯାହା ମୋ ଲୋଡା କହିଲା କ୍ଷଣି ଦିଅନ୍ତି ସେ ଯୋଗାଇ । ଖାଇଲା ବେଳେ ପାଟିକୁ ସିଏ ଖୁଆଇ ଦିଏ ଖାଦ୍ୟ ଗୀତ ଗାଇଲେ ସେ ଦୁହେଁ ମିଶି ବଜାଇଥାନ୍ତି ବାଦ୍ୟ । ଲଜ୍ଜା ବାରଣ କରିବା ପାଇଁ ପିନ୍ଧାଇ ଦିଏ ବାସ ଗୋରୁ ଗାଈଙ୍କ ଖାଇବା ପାଇଁ ଯୋଗାଏ ବି ସେ ଘାସ । ମନର କଥା କହିଲେ ତାକୁ ସବୁ ସେ ମାନି ନିଏ କଲମ ଧରି ଗୀତ କବିତା କାଗଜେ ଲେଖି ଦିଏ । ସ୍ଵଛ ଅସ୍ବଛ ସବୁ ସେ କରେ ଆମରି ଇଛା ଭରେ ଭଲ ଚାହିଁରେ ତାହାଠୁ ଆମେ ଭଲହିଁ ସିଏ କରେ । ଭକତି ପାଇଁ ଗୁରୁଙ୍କୁ ସିଏ ପ୍ରଣାମଟିଏ ଦିଏ ତାଙ୍କରି ପରି ବନ୍ଧୁ ଜଗତେ ନାହିଁରେ ଆଉ କିଏ ? ସଫାସୁତରା ରଖିଲେ ତାଙ୍କୁ ରହିବା ଆମେ ଭଲ ଅସନା କଲେ ସଫା ନକେଲେ ନିଜର ଶତ୍ରୁ ହେଲ | ସେ ଦୁହେଁ ଆଉ କେ ନୁହେଁ ପିଲେ ବାମ ତାହାଣ ହାତ ଯେତେ କରମ ଲୋଡା ଆମର ସବୁଥି ପାଇଁ ମିତ । ∎ ଗୋରଡ଼ା ପାଳ, କରମୂଳ ଢେଙ୍କାନାଳ, ଦୂରଭାଷ - ୯୯୩୮୮୦୨୪୧୨