ଵହିର କଥା ଵହିର ଗାଥା ନୀଳମଣି ଚାନ୍ଦ ଏପ୍ରିଲ: ୨୦୨୫ Canonical: https://sishu.kabitawithoutborders.org/shishu/article_details-6ccaa0841e.html ଗୁଟେନବର୍ଗଙ୍କୁ ମନେ ମୁଁ ପକାଏ ଦେଖିଦିଏ ଯେବେ ବହି ତା ଆଗରୁ ଲେଖନୀରେ ସବୁ ଲେଖା ପାରିବା ଏକଥା କହି । ତାଳପତ୍ରଟିରେ ଲେଖା ହୋଇଥିଲା ପୋଥି ପୁରାଣଟି ଯେତେ ଏମିତି ସତରେ ସମୟଚକ୍ରରେ ବିତିଲା ବରଷ କେତେ। ଆସିଗଲା ଛାପାକଳର ଯୁଗଟି ଅକ୍ଷର ହେଲାରେ ଖଞା ମୁଦ୍ରଣ ବେଳରେ କାଗଜ କାଳିଟି ହେଉଥିଲା ପରା ଭୁଞା। ଚିତ୍ରକର ଛବି ଆଙ୍କି ଦେଉଥିଲେ ପ୍ରୁଫ୍ ରିଡର ବି ଥିଲେ ଶୁଦ୍ଧ ବନାନ, ଠିକ୍ ଛପା ପ୍ରତି ଧ୍ୟାନ ଥିଲା ଜାଣ ପିଲେ। ଏବେ ସମୟର ଡିଟିପିର ଛାପା ସହଜ ସୁନ୍ଦର ଭାରି କେଇଘଣ୍ଟାଟିରେ ଶହ ଶହ ଶହ ଵହି ଛାପା ଦିଏ ସାରି। ଵହି କହେ ନାହିଁ ହେଲେ ସେ ପଢାଏ ଜ୍ଞାନ ଦୀପ ଜାଳିଦିଏ ନିରକ୍ଷରତାରୁ ମୁକତି ଦିଅଇ ଏକଥି ନ ଜାଣେ କିଏ । ଇଏ ବହି କଥା ଇଏ ବହି ଗାଥା ଭଲକରି ଦେବା ପଢ଼ି ବହି ଭଲ ଵୋଲି ଏକା ସେ ପାରଇ ଉତ୍ତମ ମଣିଷ ଗଢି। ∎ ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭