ଶୀତ ଆସିଛି ବୃନ୍ଦାବନ କୁମ୍ଭାର ମାର୍ଚ୍ଚ: ୨୦୨୬ Canonical: https://sishu.kabitawithoutborders.org/shishu/article_details-6ca6df9920.html ଶୀତ ଆସିଛି ଧରଣୀ ରାଣୀକୁ କାକର ବିନ୍ଦୁ ଆଣି ଧଳା ଚାଦର ଘୋଡେଇ ହୋଇଛି ସବୁଜ ଘାସେ ପୁଣି। ଗାଧୋଇ ବାକୁ ଡରଲାଗୁ ଅଛି ପୋଖରୀ ନ ଈ ପାଣି ଗରମ ଗରମ ଖାଦ୍ୟ ଲୋଡ ଇ ଶୀତ କୁ ବୁଢ଼ା ଜାଣି। ଋତୁର ମତେଏଧରା ଧାମକୁ ଶୋଭା ପସରା ମେଳି ନାନା ଜାତି ଫୁଲେ ମହକ ଛୁଟେ ଆସିଛି ଶୀତ ବୁଲି। ବଣଭୋଜି କରି ଆସିବା ପିଲେ ଦର୍ଶନୀୟ ସ୍ଥାନ କୁ ଦଳ ଦଳ ହୋଇ ଫଟୋ ଉଠାଇ ମଜା ନେବା ସାଙ୍ଗ କୁ। ଭାଇ ଚାରା ଆମ ସୃଷ୍ଟି ହୋଇବ ସ୍ନେହ ମମତା ଗଢି ଜଣେ ଜଣକୁ ଭଲ ପାଇ ଆମେ ଆଗକୁ ଯିବା ବଢ଼ି। ∎ ମୋବାଇଲ - ୯୬୬୮୮୬୮୭୦୬