ବନ୍ଦିବା ଭାରତମାତା ଡ. ବିଜୟା ପାତ୍ର (ସ୍ବାଇଁ) ଅଗଷ୍ଟ: ୨୦୨୬ Canonical: https://sishu.kabitawithoutborders.org/shishu/article_details-6c8829081f.html ଆସିଛି ରେ ଏବେ ଅଗଷ୍ଟ ପନ୍ଦର ସ୍ବାଧୀନତା ବାର୍ତ୍ତା ନେଇ ଆସ ଆସ ସର୍ବେ ମିଳି ଏକ ଠାବେ ବିଜୟ ଗୀତିକା ଗାଇ ଆମେ ବନ୍ଦିବା ଭାରତମାତା, ବୁକୁରେ ତାର ଯେ ସାଇତି ରଖିଛି ଅଶୀ ବରଷର କଥା। ଭାରତ ମାତା ସେ ଜନନୀ ଆମର ଆମ ଶ୍ରେଷ୍ଠ ଗଉରବ ସାରା ଜଗତର ଦେଶ ମଧ୍ଯେ ସାର ବିଶ୍ବେ ବାଣ୍ଟି ସଉରଭ ନିତି ଏ ସନ୍ଦେଶ ପ୍ରଚାରଇ, ଦେଶ ହିତ ଠାରୁ ବଡ କାମ ଆଉ ଦୁନିଆ ରେ କିଛି ନାହିଁ। ବହୁ ସଂଘର୍ଷ ର ପରେ ହିଁ ମିଳିଛି ଆମକୁ ଏ ସ୍ବାଧୀନତା ବିଦେଶୀ ଶାସନ ହାତରୁ ମୁକତି ପାଇଛି ଭାରତ ମାତା ତାର ତୁଳନା ନାହିଁ କାହିଁ ରେ, ପ୍ରାଣ ଯାଉ ପଛେ ତାହାର ସୁରକ୍ଷା ଅତୁଟ ରହୁ ମହୀ ରେ। ∎ ଭୁବନେଶ୍ୱର-୨