କେତେ ବଡ଼ ହେଲେ ଜାଗିବୁ ! କବିଜ୍ୟୋତି ନିରଞ୍ଜନ ପତି ସେପ୍ଟେମ୍ବର: ୨୦୨୬ Canonical: https://sishu.kabitawithoutborders.org/shishu/article_details-6b18703d99.html ବାପା ମାଆ ସଦା ଆକଟ କରନ୍ତି ଛୋଟ ପିଲା ବୋଲି କହି, କିଛି ଗୋଟେ କଥା କହିଦେଲେ ତାଙ୍କୁ ପାରନ୍ତିନି ଜମା ସହି । କହନ୍ତି ତୁ` ବଡ଼ ହେଲୁଣି, ଘରର ସଂସ୍କୃତି ପରମ୍ପରା ଯାହା ସବୁତ ପାଶୋରି ଦେଲୁଣି । ଟିଭି ମୋବାଇଲ୍ ଦେଖି ଦେଲେ ଟିକେ ଅବା ଚାହା ପିଇ ଦେଲେ, କହନ୍ତି ଏସବୁ କରନ୍ତିନି ଛୋଟ କରିପାରୁ ବଡ଼ ହେଲେ । ଘର କଥା କିଛି ଶୁଣିଲେ, କହନ୍ତି ତୁ ମୁଣ୍ଡ ପୂରାନା ଏଥିରେ ବୁଝିବୁ ତୁ` ବେଶି ଜାଣିଲେ । ଛୋଟ ପିଲା କେବେ ଚଗଲା ହୁଏନି ମାନିଚଳ ଆମ କଥା, ବଡ଼ ହୋଇଲୁଣି ବୁଝି ପାରୁନାହୁଁ ବାପା ମାଆଙ୍କର ବ୍ୟଥା । ଏଇକଥା ବୁଝି ପାରେନି, କେବେ ହୁଏ ଛୋଟ କେବେ ହୁଏ ବଡ଼ ଭାବେ, କିନ୍ତୁ କେବେ ହାରେନି । ସବୁବେଳେ କେତେ ପଢ ପଢ ହେବୁ ବଡ଼ ହେଲୁ ବୁଝି ପାରୁନୁ, ଗପ,ଗୀତ ପଢ଼ି ସମୟ ସାରୁଛୁ ପଢ଼ା ବହି ସଦା ଧରୁନୁ । (କହନ୍ତି)ତୋ` ପିଛା କେତେ ବା ଲାଗିବୁ ଛୋଟ ପିଲା ପରି ଅଝଟ କରୁଚୁ କେତେ ବଡ଼ ହେଲେ ଜାଗିବୁ ! ∎ ମୋ-୯୯୩୮୧୩୩୫୫୯