ବାପା ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ ଅକ୍ଟୋବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-697941e6c3.html ବାୟୁ ପାଣି ବିନା କେ ବଞ୍ଚି ପାରିବ ଏହି ସଂସାର ରେ କୁହ, ଯାହା ପାଇଁ ଜୀବ ଧରିଛି ଜୀବନ ବଞ୍ଚାଇଛି ନିଜ ଦେହ l ସଭିଙ୍କ ପାଇଁ ଯେ ସେତ ସଂଜୀବନୀ ଜନମ ରୁ ମୃତ୍ୟୁ ଯାଏ, ନିତି ପ୍ରତି ରହି ଆମ ଦେହ ସାଥେ ଜୀବକୁ ବାଟ ବତାଏ l ବାୟୁ ପାଣି ପରି ଆମରି "ବାପା" ଯେ ନିଜ ସ୍ନେହ ଶରଧା ରେ, ବଢାଇ ଥାଆନ୍ତି ନିଜର ପିଲାଙ୍କୁ ସାହା ହୋଇ ବିପଦ ରେ l ନିଜ ଜୀବନ ରେ ସହି ଦୁଃଖ କଷ୍ଟ ପିଲାଙ୍କ ମଙ୍ଗଳ ପାଇଁ, ନିଜେ ଖଟି ନିତି ଦିଅନ୍ତି ଆହାର ନିଜର ପିଲାଙ୍କୁ ନେଇ l ଦୀପ ରେ ସାଳିତା ପରି ଜଳି ଜଳି ଦେଖାଇ ଥାଆନ୍ତି ବାଟ, ବାପା ଗଲା ପରେ ପିଲାଙ୍କୁ ଦିଶଇ ଅନ୍ଧାର ସାରା ଜଗତ l ∎ ଯଦୁ - ମାଳତୀ କୃପା ନିବାସ, ଶକ୍ତି ବିହାର / ବାଲିପଡ଼ା, ପୋଷ୍ଟ - ଗୌଡଗୋପ, ଭାୟା - ନିଶ୍ଚିନ୍ତକୋଇଲି, ଜି - କଟକ -୭୫୪୨୦୭ ମୋ –୭୬୦୯୦୪୪୩୮୩