ପାଠପଢି ଭଲ ମଣିଷ ହେବା ଅଜୟ କୁମାର ସେଠୀ ନଭେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-68ded4f229.html ପାଠ ପଢି ଭଲ ମଣିଷ ହେବା ମାତୃଭୂମିର ତ ଟେକ ରଖିବା। ପlଠତ ଦେଖାଏ ସଠିକ୍ ବାଟ ପାଠ ସୃଷ୍ଟି କରେ ଉତ୍ତମ ଚlଟ୍ଟ। ପାଠର ନଥାଏ ଆପଣା ପର ପାଠୁଆ ସବୁଠି ପାଏ ଆଦର। ପାଠ ପାଖେ ନାହିଁ ଜାତି ଅଜାତି ପାଠ ସମସ୍ତଙ୍କୁ ଦିଅଇ ମୁକ୍ତି। ପଠକୁ ଯିଏ ତ କରେ ନିଜର ପାଠ ହୋଇଥାଏ ତା ଆପଣାର। ଜଳ,ସ୍ଥଳ,ବାୟୁ ତିନିପୁରରେ ପଠପାଇଁ ନର ଶ୍ରେଷ୍ଠ ବିଶ୍ୱରେ। ପାଠ ସାଥେ ଯିଏ ମିତ ହୁଅଇ ସାରା ସଂସାରର କଥା ଜାଣଇ। କାମଧେନୁ ପରା ପାଠ ଆମରି ସବୁ ମାନସିକ ଦିଅଇ ଭାରି। କଳ୍ପବଟ ଛାଇ ପାଠ ସଂସାରେ ସଭିଙ୍କର ଆଶା ପୂରଣ କରେ। ପାଠ ପଢି ଭଲ ମଣିଷ ହେବା ଦେଶର ଜାତିର ଟେକ ରଖିବା। ପାଠ ଖୋଲିଦିଏ ଆମରି ଆଖି ସାରା ପ୍ରଗତିର ପାଠହିଁ ସାକ୍ଷୀ। ପାଠ ସାଥେ ଆସ ବସିବା ମିତ ପlଠବଳେ ଜିଣିବା ଏ ଜଗତ। ∎ ଅଂଜିରା, ଓହ୍ଲlଣ,ପୁରୀ, ପୁରୀ ୯୯୩୭୧୯୮୮୭୮