ବୁଲିଯିବା ଆମେ ସାତକୋଶିଆ ଡ.ବିଜୟା ପାତ୍ର ଅକ୍ଟୋବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-67eded0cdb.html ଏକୋଇର ବଳା ବିଶିକେଶନ ନାତି ମୋର ସିଏ ଛୁଆଟେ ଜାଣ ଏଇ ସନ ତାର ଶ୍ରେଣୀ ନବମ ପଢେ ଭଲ ପାଠ, ଭଲ ବି ଗୁଣ। କହିଲା ଶୁଣ, ଜେଜେ, ମୁଁ ଦେଖିବି ଅଭୟାରଣ୍ୟ। ଗୁରୁଜୀ ଆମର କହିଲେ କାଲି ଜଂଗଲ ଆମର ସଂପଦ ବୋଲି କେତେ ପଶୁପକ୍ଷୀ, ଗଛ ଓ ଲତା ଆକାଶେ ଅନାଇ କହନ୍ତି କଥା ଏଇ ପାଖରେ, ସାତକୋଶିଆ କୁ ଦେଖିବା ଥରେ। ମହାନଦୀ ର ସେ ଗଣ୍ଡ ଗୋଟିଏ ଚାରିଗୋଟି ଜିଲ୍ଲା ଛୁଇଁଛି ସିଏ ଅନୁଗୁଳ, ନୟାଗଡ଼ କୁ ନେଇ ବଉଦ, କଟକ ଜିଲ୍ଲା ମିଶାଇ ସୁନ୍ଦର ଜାଗା, କେତେ ଯେ ଝରଣା ଦେଖି ଆସିବା। ଭାବିଲି ବସି ମୁଁ ତା କଥା ସତ ବହି ପଢା ସହ ଆଖିରେ ଦେଖ ସେମିତିଆ ପାଠ ମନରେ ରହେ ଜୀବନଟା ସାରା ଭୁଲି ନହୁଏ। ନାତିକୁ ନେଇ, ନିଶ୍ଚୟ ବୁଲାଇ ଆଣିବି ମୁହିଁ। ଡାକି କହିଲି ମୁଁ ଶୁଣରେ ବାବୁ ସଜିଲ କର ତୋ ଜିନିଷ ସବୁ ଆସୁଛି ଆଗକୁ ଯେ ରବିବାର ତତେ ନେଇ ଯିବି ସାଥିରେ ମୋର। ବିଶିକେଶିଆ, ବୁଲିଯିବା ଆମେ ସାତକୋଶିଆ। ∎ କୋଟିତୀର୍ଥ ଲେନ୍ ବିନ୍ଦୁ ସାଗର ନିକଟ ଭୁବନେଶ୍ୱର-୨ ମୋ-୯୪୩୭୦୧୪୩୨୨