ଟେକି ଗରବେ ମଥା ନଗେନ୍ଦ୍ର ନାଥ ପଟ୍ଟନାୟକ ଜୁଲାଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-6730e3d649.html କେଡେ ସୁନ୍ଦର କି ମନୋହର ଆମ ଧରଣୀରାଣୀ କିଛି ନ ନେଇ ଆମ ସଭିଙ୍କୁ ଦିଅଇ ଦାନା-ପାଣି । କି ମନୋରମ ଦିଶଇ ଆମ ଧରାରେ ତରୁ-ଲତା ଫଳ କୁସୁମ ଶୋହେ ତା` କୋଳେ ଟେକି ଗରବେ ମଥା। ନଦୀ ଝରଣା ସାଗର-ନଈ ବୁକୁରେ ବହେ ତାର ବସୁଧା ମାଆ ପରଶ ଲଭି ଦିଏ ପୀୟୂଷ ଝର । ନଈ କଡ଼ରେ ରୋପିବ ଚାରା ନ ଭାବି ଆଗ-ପଛ ବଞ୍ଚି ରହିବ ନଈଟି ଆମ ତା ପାଶେ ଥିଲେ ଗଛ । ମାଙ୍କଡ ଡିଏଁ ଗଛକୁ ଗଛ ଶୁଣି ପକ୍ଷୀଙ୍କ ରୋଳ ସବୁଜ ପାଟେ ଧରା ସୁଷମା ନାହିଁ ଉପମା ତାର । ∎ ଓସ୍କାର ସିଟି,ଲେନ୍ ନଂ ୯,ପ୍ଲଟ ନଂ ୪୫୬ ଲକ୍ଷ୍ମୀ ସାଗର କେନାଲ ରୋଡ ,ଭୁବନେଶ୍ୱର ମୋ-8144859430