ଫୁଟି ବି ଫୁଲଟି ପରି ଅନନ୍ତ କୁମାର ସେନାପତି ଜୁନ: ୨୦୨୫ Canonical: https://sishu.kabitawithoutborders.org/shishu/article_details-668b5fba07.html ଫୁଲଟିଏ ହୋଇ ଫୁଠିବି କାନନେ ସୁନ୍ଦର ପାଖୁଡା ମେଲି, ଦେହରେ ମୋହର ସୂରୁଜ କିରଣ ନାନା ରଙ୍ଗ ଦେବ ତୋଳି । ସମୀର ପରଶେ ଝୁଲି ଝୁଲି ମୁହି ଛୁଇଁବି ମାଆର କୋଳ, ଯେଉଁଠି ମିଳଇ ସିନେହ, ଶରଧା କୋଟି ମମତା ର ମୁଲ । କାକର,କୁହୁଡି,ବରଷା କି ଝଡି ସବୁ ମୁଁ ପାରିବି ସହି, ଲଭିବି ଆନନ୍ଦ ମୋ ଟିକି ବାସନା ଆନକୁ ବିତରି ଦେଇ । ଝଡିଯିବି ପଛେ କାହାରି ମନ ରେ ଦେବି ନାହିଁ କିଛି ଦୁଃଖ, ଆଦରେ ଯେ ମୋତେ ରଖନ୍ତି ହୃଦରେ ସେଇ ତ ସରଗ ସୁଖ । ଜାଣିନାହିଁ ଖେଦ ବାଦ ଅପବାଦ ନାହିଁ ମୋ ଅସନା ମନ, ସୁନ୍ଦର ଏହି ଧରାଟି ମୋ ପାଇଁ ଦେଇଛି ଦିବ୍ୟ ପରାଣ । ଗଢିଛନ୍ତି ବିହି ରୂପ ରଙ୍ଗ ଦେଇ ଅତି ଯତନ ରେ ଆଣି, ଆନ ଖୁସି ପାଇଁ ଫୁଟିଯିବି ମୁହିଁ ସଭିଙ୍କୁ ଆପଣା ମଣି । ∎ ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼ ଫୋନ 7008304225