ଟୁକୁନା ଋଷିଛି ସୁଶ୍ରୀ ସଂଯୁକ୍ତା ପରିଚ୍ଛା ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-6635972a90.html ଏଡିକି ଟିକେ କଅଁଳା ଛୁଆ ଋଷି ବସିଛି ଆଜି , କିଏ ସେ ତାକୁ କହିଲ କିସ ଘର ମୁରବି ସାଜି । କେତେ ସୁଧାର ଟୁକୁନା ଆମ ଜମା କରେନା ଅଳି , ଯାହା କହିଲେ ମାନି ସେ ଯାଏ କେବେ ଖାଏନା ଗାଳି । ଆଜି କାହିଁକି ଋଷି ବସିଛି ଘର କୋଣରେ ଯାଇ , କିଛି ଖାଉନି କିଛି କହୁନି କାନ୍ଦୁଛି କଇଁ କଇଁ । ଘର ବାହାର ଖୋଜା ପଡ଼ିଲା କଅଣ ତାର ଲୋଡ଼ା, ଆକାଶ ଜହ୍ନ ଚିଲିକା ମାଛ ଅବା ପବନ ଘୋଡ଼ା । ବଡ଼ ସରାଗେ ପାରା କୁକୁଡ଼ା ସାଥେ ସେ ଖେଳେ ନିତି , ଛେଳି ,ବାଛୁରୀ,ଶୁଆ, ବିଲେଇ ସଭିଏଁ ତା'ର ସାଥୀ । ଆଖି ଆଗରେ ଛେଳି ଛୁଆର ଜୀବନ ଗଲା ନାଶ , ମାଉଁସ ଖାଇ ସଭିଏଁ ଖୁସି ହଜିଛି ତା'ର ହସ । ∎ ପାଟଣାଗଡ଼, ବଲାଙ୍ଗୀର