କଞ୍ଚାଲଙ୍କା ଲକ୍ଷ୍ମୀପ୍ରିୟା ଦାସ ଜୁନ: ୨୦୨୪ Canonical: https://sishu.kabitawithoutborders.org/shishu/article_details-65838339e1.html ରଙ୍ଗ ଶାଗୁଆ ଭାରି ରାଗୁଆ ଦେହ ଛୋଟିଆ ତାର, ଛୋଟ ଦେହରେ ଗୁଣ ହଜାରେ ନାହିଁ ତୁଳନା ଯା`ର। ଔଷଧ ନୁହେଁ ଦୂରେଇ ପାରେ ରୋଗର ଦାଉ କେତେ, ଗଣିହେବନି ପୋଷକତତ୍ତ୍ଵ ତା ଦେହେ ଅଛି ଯେତେ। ରକ୍ତଚାପକୁ କମାଇପାରେ ସୁସ୍ଥ ରଖଇ ଆଖି, ରାଗ ହେଲେ ବି ଗୁଣକୁ ଦେଖି ଆସରେ ଯିବା ଚାଖି। ∎ ସୁଦର୍ଶନ ନଗର,ପୁରୀ-୭୫୨୦୦୨