ଗୀତତାର ଚମକାଏ ପ୍ରଶାନ୍ତ କୁମାର ଦାଶ ଜୁଲାଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-653889515c.html ନାନାଜାତିଫୁଲଫୁଟେ କଅଁଳଇ ପତର ଗଛଡାଳୁ ଚଉଦିଗେ ଛୁଟେ ତାର ଅତର || ନିରବରେ ଶୋଇଥାଏ କୁନିପୁଅ ନିଦରେ ବରଷା ଢାଳଇ ପାଣି ମାଟିଦେହେ ଆଦରେ || ଘଡ଼ଘଡି ଡାକ ଶୁଣି ନିଦ ତାର ଭାଙ୍ଗେରେ ବିଜୁଳିର ଚମକରେ ତାକୁ ଡର ଲାଗେରେ || ଲୁଚି ଲୁଚି ଚାଲିଯାଏ ରାତି ବହୁଦୂରକୁ ସକାଳ ଆସଇ ଫେରି ଗାଆଁ ପଲ୍ଲୀ ପୂରକୁ || କଳାମେଘ ଘୋଟିଥାଏ ଦିଶେନାହିଁ ସୂରୁଜ ଉଇଁଯାଏ ନବୁଣି ତା ନାଲି ନାଲି ମୁରୁଜ || ନିଦୁ ଉଠି ଧାଏଁ ଚାଷୀ ତାର ସୁନା କ୍ଷେତକୁ ଫସଲ କାଢି ଉଡାଏ ତା ଵିଜୟ ନେତକୁ || ଵହି ଖାତା ଧରି ଯାଏ ପାଠଶାଳା ଗଉରୀ ନଈଦେହେ ଖେଳୁଥାଏ ଗୋଳିପାଣି ଭଉଁରୀ || ଗୀତ ତାର ଚମକାଏ କହିଦିଏ କାନରେ ବରଷା ଆସିଛି ଦେବ ଦୁନିଆକୁ ଦାନରେ || ∎ କୁଞ୍ଜର -ସଙ୍ଗଳାଇ ପିପିଲି -ପୁରୀ ମୋବାଇଲ -୯୬୬୮୮୨୨୧୯୦ ପିନକୋଡ -୭୫୨୧୦୪