କହିଲ କିଏ କମଳିନୀ ମଲ୍ଲିକ ଡିସେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-635c5c7257.html କହିଲ କିଏ ସକାଳେ କୁହୁଡି ଝରାଉ ଥାଏ କଅଁଳ ଖରାରେ ଆନନ୍ଦ ଦିଏ ନିଆଁ ପାଖେ ଭାରୀ ଆରାମ ଦିଅଇ ପାଣି ଦେଖି ଖାଲି ଡରାଉ ଥାଏ ।ା କହିଲ କିଏ ବଗିଚାରେ ଫୁଲ ଫୁଟେଇ ଦିଏ କ୍ଷେତରେ ପରିବା ଫଳାଉ ଥାଏ ଦେହକୁ ଥରାଇ ଅଳସ ଭରଇ ଗରମ ଖାଦ୍ୟକୁ ଟକଉ ଥାଏ ।ା କହିଲ କିଏ ଚଷାଭାଇ ମନେ ଭରଷା ଦିଏ ବେପାରୀ ମୁଣ୍ଡରେ ପସରା ଥୁଏ ଓଷାବାହା କରି ପିଠାପଣା ଖାଇ ଭାଡି ତଳେ ପଶି ଘୁମଉ ଥାଏ ।ା କହିଲ କିଏ ବଣଭୋଜି ପାଇଁ ଡାକରା ଦିଏ ଦର୍ଶନୀୟ ସ୍ଥାନ ବୁଲେଇ ନିଏ ଗୀତ ଗାଉଥାଏ ଗପ କହୁଥାଏ ଅଟେ ଆମ ଶୀତ ମାଉସୀ ସିଏ ।ା ∎ ଆଇ.ଭି. ୪୫/୧ ୟୁନିଟ୍ – ୧, ଭୁବନେଶ୍ୱର ମୋ – ୯୮୫୩୫୨୩୮୮୩