ଜନମ ଭୂଇଁ ଓଡିଶା ଦୀନବନ୍ଧୁ ପୋଇ ଏପ୍ରିଲ: ୨୦୨୫ Canonical: https://sishu.kabitawithoutborders.org/shishu/article_details-626ac5baea.html ଜନମ ଭୂଇଁ ଓଡିଶା ମୋର ତାପରି କେହି ନାହିଁ ତାହାରି କୋଳେ ଜନମ ହୋଇ ଧନ୍ୟ ହୋଇଛି ମୁହିଁ । ଉତ୍କଳ ବୋଲି ଜାଣନ୍ତି ତାକୁ ଯେଣୁ ଉତ୍କୃଷ୍ଟ କଳା ସାକ୍ଷୀ କୋଣାର୍କ, ଖଣ୍ଡଗିରିର ସାଧୁ ସନ୍ଥଙ୍କ ମେଳା । ତାରକସିରେ ବିଖ୍ୟାତ ଆଜି ତାର କଟକ ଜିଲ୍ଲା ଜିଆଇ ମାନ୍ୟ ଆଣିଦେଇଛି ଓଡିଶା ରସ ଗୋଲା । ପୁରୀ ଚାନ୍ଦୁଆ ଢେଙ୍କାନାଳିଆ ବରା ପ୍ରସିଦ୍ଧ ଏଠି ତା ଭାଷା ସଂସ୍କୃତି ପୂଜା ପଦ୍ଧତି ଧରି ରଖେ ଏକାଠି | ଏଠି ଜନମ ଜୟି ବାଜିଆ ରେବତୀ ସ୍ରଷ୍ଟା କବି ମଧୁବାବୁଙ୍କ ସେ ବର୍ଣ୍ଣବୋଧ ଆକର୍ଷଣୀୟ ଛବି | ସମ୍ବଲପୁରୀ ଶାଢି ଆଦର ଆମର ପରିଚୟ ବିଶ୍ଵରେ ଆଜି କହୁ ଗର୍ବରେ ବୁଣାକାରର ଜୟ । ଓଡିଶା ପାଇଁ ଆସରେ ଭାଇ ଫୁଲାଇ ଦେଇ ଛାତି ଗାଇବା ତାର ଯଶ ଗୌରବ ରଖି ତା ଭାଷା ପ୍ରୀତି । ∎ ଗୋରଡା ପାଳ , କରମୂଳ, ମହିମାଗାଦି ଢେଙ୍କାନାଳ, ଦୂରଭାଷ - ୯୯ ୩୮୮୦୨୪୧୨