ହଂସ ପିଠିରେ ବଗ ହରିପ୍ରିୟା ପଟ୍ଟନାୟକ ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-6216ba642b.html (ପୂର୍ବ ପ୍ରକାଶିତ ଉତ୍ତାରୁ ....। ) ହଂସଟି ଆଉଟିକେ ପାଖେଇ ଆସୁଥିବା ବେଳେ ଛୁଆବଗଟି କହିଲା "ହଂସଭାଇ, ନମସ୍କାର।ତମେ କେଡ଼େ ସୁନ୍ଦର! ତୁମ ପରି ସୁନ୍ଦର ହଂସ ମୁଁ ଆଜିଯାଏଁ ଦେଖିନି।ତୁମେ କୋଉଠୁ ଆସିଛ ଭାଇ?" ବଗର ପ୍ରଶଂସା ଶୁଣି ହଂସର ମନ କୁଣ୍ଢେମୋଟ ହେଇଗଲା। ସେ କହିଲା " ମୋର ଘର ମାନସରୋବରରେ।ହିମାଳୟ ପର୍ବତ ପାଖରେ।ଦେଶ ବୁଲିବାରେ ମୋର ଭାରି ସଉକ। ସେଥିପାଇଁ ତୁମ ଜାଗାକୁ ମୁଁ ଉଡିଆସିଛି" । ଏଇ କଥାବାର୍ତ୍ତା ଭିତରେ ଛୁଆବଗ ଓ ହଂସ ସାଙ୍ଗ ହୋଇଗଲେ।ତା` ପରଦିନ ଛୁଆବଗ ପୋଖରୀ କୂଳରେ ବସିଥିବା ବେଳେ ତା`ର ସାଙ୍ଗ ହଂସ ଢଳିଢଳି ଆସି ପହଞ୍ଚିଗଲା । ସେ ତା` ଲାଞ୍ଜ ତଳୁ ମେଞ୍ଚା ମେଞ୍ଚା ତେଲ ଥଣ୍ଟରେ ଆଣି ସାରା ଦେହରେ ବୋଳି ହେଇଗଲା। ତା`ପରେ ପାଣି ଭିତରକୁ ଯିବାକୁ ବାହାରିଲା।ଏଇ ସମୟରେ ଛୁଆବଗ ତାକୁ କହିଲା "ହଂସଭାଇ! ତୁମ ସାଥିରେ ପାଣି ଭିତରକୁ ଯିବାକୁ ମୋର ମନ ହେଉଛି।ନିରୋଳାରେ ଆମେ ଦୁଇପଦ କଥା ହେଇପାରନ୍ତେ।ତୁମରାଇଜ କଥା ଶୁଣିବାକୁ ମୋର ବହୁତ ଇଛା ହେଉଛି"। ଛୁଆବଗ ଅଧିକ ମାଛ ଖାଇବା ଲୋଭରେ ରାଜହଂସ ସହିତ ପାଣି ଭିତରକୁ ଯିବାକୁ ବାହାରିବାରୁ ଟିକିଏ ଦୂରରେ ବସିଥିବା ତା`ର ଜେଜେ ବୁଢାବଗ କହିଲା " କଥା ଶୁଣିବାକୁ ଯଦି ମନ କୂଳରେ ଥାଇ ଶୁଣ। ପୋଖରୀ ଭିତରକୁ ଯାଆନା।କିଛି ଖାଇବାକୁ ପାଇବୁନି;। ବଗଛୁଆ ମନେମନେ ଭାବିଲା।ଜେଜେ ବୁଢ଼ା ହେଇଗଲେଣି। ସେଥିପାଇଁ ପୋଖରୀ ଭିତରକୁ ଯିବାକଥା ଶୁଣି ଡରୁଛନ୍ତି। ଆରଥରକୁ. ∎