ସିଏତ ଆମ ମାଆ ମିନତି ପଟ୍ଟନାୟକ ଅକ୍ଟୋବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-61c8de072f.html ଶୀତକୁ ତାଇ ଖରାକୁ ଛାଇ ବରଷା ପାଇଁ ଛତା ମମତାମୟୀ ଝରଣାଟିଏ ବାଆକୁ ସିଏ ବତା ପିଲା ଙ୍କ ପାଇଁ ତାବିଜ ସେତ ବିପଦକାଳେସାହା ରୋଗ ବେଳରେ ବଇଦ ସାଜ୍ଜି ଦେଖାଏ ନୂଆ ରାହା ସିଏତ ଆମ ମାଆ। ∎ ନୀଳଚକ୍ର ନଗର, ଅଠରନଳା, ପୁରୀ -୨ ୯୩୩୭୬୯୬୨୨୭