ମୈତ୍ରୀର ସୌରଭ ସିଂଚିବା ଡ. ବିଜୟା ପାତ୍ର (ସ୍ବାଇଁ) ଫେବୃଆରୀ : ୨୦୨୬ Canonical: https://sishu.kabitawithoutborders.org/shishu/article_details-60bd433ade.html ଆସରେ ପିଲେ ଦେଖିବା ଆସ ନୂଆ ସକାଳର ସୂରୁଜ ଧୀରେ ପାଦ ଥାପି ହସୁ ଅଛି ସିଏ ବୁଣି କେତେ ଆଶା ମୁରୁଜ ଆମେ ତା ସାଥୀରେ ହସିବା, ନୂଆ ବରଷରେ ଝୁମିବା ମଜାରେ ନୂଆ ସାଥୀ ସହ ମିଶିବା। ଗତ କାଲି ଥିଲା କେତେ ଦୁଃଖ କଷ୍ଟ ହୋଇଛି ରେ ଆଜି ଅତୀତ ଅତୀତକୁ ଭୂଲି ଆଗେଇ ଯିବାରେ ଦେଖିବା ସପନ ସତତ ନୂତନ ରୂପରେ ଭାରତ, ଗଢିବା ଆମେ ରେ ନୂଆ କଉଶଳେ ବିକାଶ ହୋଇବ ତ୍ବରିତ। ଆମେ ସବୁ ଶିଳ୍ପୀ ନୂଆ ଦୁନିଆର ବୁଦ୍ଧି ରେ ଆମର ରଚିବା ଆମ କାରିଗରୀ ଚଉଦିଗେ ଭରି ସ୍ରୁଜନୀର କଳା ବିଂଚିବା ଇତିହାସେ ନିତି ସଂଚିବା ମହନୀୟ କରି ଏ ନୂଆ ବରଷ ମୈତ୍ରୀର ସୌରଭ ସିଂଚିବା। ∎ କୋଟି ତୀର୍ଥ ଲେନ୍ ଭୁବନେଶ୍ୱର-୨