ପରିବେଶ ବୃନ୍ଦାବନ କୁମ୍ଭାର ଫେବୃଆରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-60b32f51e2.html କଟର କଟର କେଁ କଟର ରାସ୍ତାରେ ଯାଏ ଗାଡ଼ି ମଟର। ଧୂଆଁ ଯାଏ କେତେ ଉଡ଼ି ଉଡ଼ି ପରିବେଶ ସବୁ ଗଲା ବୁଡି। କୋଠା ଅଟ୍ଟାଳିକା ଗଢ଼ା ହେତୁ ଜଙ୍ଗଲୁ ସହର କେତେ ଜନ୍ତୁ। ଫ ସଳକୁ ନଷ୍ଟ ଦେଲେ କରି ଘର ଯାକ ସବୁ ଗଲା ସରି। ଜାଗି ଉଠୁଁ ଆମଶିଶୁ କୁଳ ଗଛ ଲଗାଇବା କରି ଭଲ। ଚାଣ୍ଟିପଲା, ଟିଟିଲାଗଡ଼