ଶରତ ରାଜା ନିରଞ୍ଜନ ସାହୁ ଅକ୍ଟୋବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-5feae639b4.html ଶରତ ରାଜା ଶରତ ରାଜା ବାଜୁନି କାହିଁ ବାଦଲ ବାଜା ଆକାଶୁ ପାଣି ପଡ଼ୁନି ଖୋଜା ଖୁସି ଅଛନ୍ତି ତୁମ ପରଜା ଆସୁଛ ବୋଲି ଜାଣି ବେଙ୍ଗ ଡାହୁକ ଡାକ ନଶୁଭେ ହୋଇ ଗଲେଣି ତୁନି। ଧଳା ଚାମର ହାତରେ ଧରି କାଶ ଗାଉଛି ତୁମରି ଲୋରି ପବନ ବହେ ଶି ଇ ରି ଶିରି ନଈ ପଠା ତ ସରଗ ପୁରୀ କୁମୁଦ ନୀଳକଇଁ ବନ୍ଦନା କରେ ଚାନ୍ଦିନୀ ରାତି ତୁମ ଆସିବା ଚାହିଁ। ଗଛ ପତରେ ମାଈ କାକର ପଡ଼ିବା କ୍ଷଣି ସୂରୁଜ କର ଉଜ୍ଜଳି ଉଠେ ମୋତି ପ୍ରକାର ସଜାଇ ହାର ତୁମ ଗଳାର ମଙ୍ଗଳ ଗୀତି ଗାଏ ବନ କାନନ କ୍ଷେତ ଖମାର ସବୁଜ ରୂପ ଶୋହେ। ଶରତ ସଫା ଚାନ୍ଦିନୀ ତଳେ କୁମାରୀ ମନ ଭଉଁରୀ ଖେଳେ ସାଙ୍ଗ ମେଳ ଓ ଲୁଚକାଳି ରେ ରାତି ଟି ସରେ ପୁଚି ଖେଳରେ ବଉଳବେଣୀ ଗାଇ ଚାନ୍ଦ କୁ ପୂଜେ ମନ ଟି ହଜେ ପ୍ରୀତି ସରାଗ ଦେଇ। ସ୍ୱଚ୍ଛତା ସେବା ଵାରତା ଧରି ଆସିଛ ତୁମେ ମରତ ପୁରୀ ସଫା ସୁନ୍ଦର ରୂପ ମାଧୁରୀ ମନ ବଚନେ ରଖିବା ଜାରି ଆଗୁଆ ହେବା ଆମେ ଶରତ ରାଜା ବଚନ ହେଜା ଦେଖେଇ ଦେବା କାମେ। ∎