କଲମ ମୋର ସାଥୀ ପ୍ରଶାନ୍ତ କୁମାର ଦାଶ ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-5e94ecdf69.html କଲମ ମୋର ଜୀବନ ମିତ କଲମ ପୁଣି ସାଥୀ କଲମ ଧରି ସଞ୍ଜ ସକାଳେ ଲେଖାରେ ଯାଏ ମାତି || ହାତରେ ଥିଲେ କଲମ ମୋର ଦେହରେ ଭରେ ବଳ କଲମ ପାଇଁ ମିଳଇ ମତେ ପାଠରେ ଭଲ ଫଳ || କଲମ ଧରି ଲେଖଇ ଗପ କବିତା କେତେ ଭଳି ଦେଖାଏ ଭଲ ବାଟ କଲମ ଦୀପଟି ପରି ଜଳି || କାଗଜ ପିଠି ଉପରେ ଛୁଟେ ଥକି ପଡେନା ଜମା କଲମ ଥାଇ ପାଖରେ ତଡେ କେତେ ଅଜ୍ଞାନ ଅମା || କଲମ ଥିଲେ ମନର ବଳ ଦିଗୁଣ ଯାଏ ଵଢି ତା ପାଇଁ ଧାଏଁ ମନପବନ ଘୋଡାରେ ମୁଁଯେ ଚଢି || ନୂଆ କଲମ ବଜାରୁ ଆଣି ଦେଲେତ ଦିନେ ଵାପା ହଜାଇଦେଵୁ ନାହଁ କଲମ ହସି କହିଲା ଅପା || ରଖିଲି ପାଖେ ସେଇ କଲମ ସାଇତି ପିଲାଵେଳୁ ହେଲିତ ଦିନେ କବି ଲେଖକ ବାଲିରେ ଖେଳୁ ଖେଳୁ || ∎ କୁଞ୍ଜର -ସଙ୍ଗଳାଇ ପିପିଲି -ପୁରୀ ମୋବାଇଲ -୯୬୬୮୮୨୨୧୯୦