ଗଛ ଲଗାଇବା ଆସରେ କନ୍ଦର୍ପ ବେହେରା ଅଗଷ୍ଟ: ୨୦୨୬ Canonical: https://sishu.kabitawithoutborders.org/shishu/article_details-5d6eecd6ed.html ଆସରେ ପିଲେ ଆସରେ କୁନିକୁନି ହାତେ ଆସରେ ଗଛ ଲଗାଇବା ଆମେରେ l ଯୁଇ, ଜାଇ, ମଲ୍ଲୀ ଫୁଲରେ ଚାରିଆଡେ ଫୁଟି ବାସେରେ ମହକିବ ଚାରି ଆଡ଼େରେ ll ନାନା ଜାତି ପକ୍ଷୀ ଅଛରେ ଗଛ ଡାଳେ ସବୁ ରାବରେ କେଡେ ସୁନ୍ଦର ଭାବରେ ll ଗଛ ଆମ ପ୍ରାଣ ରଖେରେ ଫୁଲ ଫଳ ଛାଇ ଦେଇରେ ତାପରି କେହି ନାହିଁରେ ll ଆସ ପିଲାଏ ଆସରେ ସମତଳ କରି ମାଟିରେ ଗଛ ଲଗାଇବା ଆମେରେ ll କବି କୁଟିର ∎ ଡ଼ଇଁଚା, ରେଢ଼ାଖୋଲ, ସମ୍ବଲପୁର ମୋ 7077579317