ଆମ ଘର ଗାଡ଼ିଆ ଜିତେନ୍ଦ୍ର ସାହୁ ଏପ୍ରିଲ: ୨୦୨୫ Canonical: https://sishu.kabitawithoutborders.org/shishu/article_details-5d57d06277.html ଆମ ଘର ଗାଡ଼ିଆ ଧାଡ଼ି ଧାଡ଼ି ଗଛ ନଡ଼ିଆ ଦିଶେ କେଡ଼େ ସୁନ୍ଦର ଦିଶନ୍ତି ଗାଡ଼ିଆ ଭିତରେ ଯୋଡ଼ି ହଂସ ସୁନ୍ଦର । ହିଡ଼ କଡ଼େ କଡ଼େ ଫୁଟିଛି ଫୁଲ ଛୋଟରୁ ବଡ଼ ଟିକି ଡେଣା ଝାଡ଼଼ି ଉଡ଼ନ୍ତି କୀଟ ଛୋଟରୁ ବଡ଼ । ଢେଉ ମାଡ଼ି ମାଡ଼ି ଆସନ୍ତି ଦେଖ ପୋଖରୀ କଡ଼ ସତେକି ଦଉଡ଼ କରନ୍ତି କିଏ ହୋଇବ ବଡ଼ । ନଡ଼ିଆ ତୋଳୁଛି ଧଡ଼ିଆ ବସି ବାହୁଙ୍ଗା ଡାଳେ ଡଲା ଧରିଅଛି ଡମ୍ବରୁ ଦେଖ ଗାଡ଼ିଆ କୂଳେ । ∎ ବସୋଇ,ପର୍ଜଙ୍ଗ, ଢେଙ୍କାନାଳ ଦୂରଭାଷା-୯୭୭୬୪୫୪୮୦୦