ବିଲେଇ ନାନୀ ଅନନ୍ତ କୁମାର ସେନାପତି ସେପ୍ଟେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-5d2c8c0821.html ସକାଳୁ ପହରୁ ବିଲେଇ ନାନୀଟି ହେଉଛି ନସର ପସର, ଅବୁଝା ମନକୁ ରଖିପାରେ ସିଏ ସବୁବେଳେ ନିଜ ବଶର । ଜେଜେମା ଗୋଡ଼ରେ ନେସି ଘଷି ହୁଏ ଶରଧା ଟିକିଏ ପାଇଁ କି, ଯେଉଁଠି ଥିଲେ ବି ଡାକିଦେଲେ ପୁଷି ସଙ୍ଗେ ସଙ୍ଗେ ଆସେ ଧାଇଁ କି । କାହାରି କିଛି ସେ କରେ ନାହିଁ କ୍ଷତି ବହୁ ଦିନ ହେଲା ରହୁଛି, ମୂଷା ଦେଖିଦେଲେ କାଟିବୁନି କିଛି ବୁଝାଇ ସୁଝାଇ କହୁଛି । ଦେହଟା ତାହାର ଧୋବ ଫରଫର କଅଁଳ ଲାଗଇ ହାତକୁ, କେବେ ଇଛା ହେଲେ ଖରା ପୁଇଁବାକୁ ଚାଲିଯାଏ ଆମ ଛାତ କୁ । ମୁହଁ ଟା ତାହାର ବାଘ ପରି ସିନା ସରଳ ପଣିଆ ଭିତରେ, ସେ ସରଳ ପଣ ଯାହା ହୃଦେ ଅଛି ଲଗାଇ ପାରିବ ହିତରେ । ପୁନେଇ ପରବ ଜନମ ଦିନରେ ଭାରି ଖୁସି ଆମ ବିଲେଇ, ଯାହା ଦେଇଦିଅ ହରଷ ମନରେ ଖାଏ ସେ କଳେଇ କଳେଇ । ଆମେ ସିନା ଡରୁ କେବେ ତ କେଉଁଠି କରି ନାହିଁ ଦିନେ ଅଳିଆ, ହେଉ ପଛେ ପଶୁ ସିନେହ ରେ ବନ୍ଧା ରହେ ପୁଅ ଝିଅ ଭଳିଆ । ∎ ବାଣ୍ଠୁପଡା, ରେଲୱେ ସାଇଡିଙ୍ଗ ଏରିଆ, ରାଜଗାଙ୍ଗପୁର ସୁନ୍ଦରଗଡ଼ । ଫୋନ ନଂ 7008304225