ବଣରାଇଜ କଥା ଶ୍ରୀ କୁଞ୍ଜ ବିହାରୀ ସାହୁ ଜାନୁୟାରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-5cd2ab45c2.html କୁକୁର ଦଳେ ଭୁକିଲେ ଭୋ.. ଥରିଲା ଗଞ୍ଜା ଦିହ କଣ୍ଟାଝଣ୍ଟାରେ ଧାଉଛି ବେଗି ତଳକୁ କରି ମୁହଁ । ବିଲୁଆ କଲା ହୁକେ..ହୋ ରଡ଼ି ଆଖୁବାଡ଼ିରେ ପଶି, ଜାଣିପାରିଲେ ଠେକୁଆମାନେ  ପଳେଇଗଲେ ଖସି । ଗରଜିଦେଲା ଚିତାବାଘଟି ଗଛ ଉହାଡ଼େ ଲୁଚି ତରକା ହୋଇ ମାଈ ହରିଣ  ସହଳେ ଗଲା ଘୁଞ୍ଚି ।  ନେଉଳ ଦେଖି ଚଗଲା ସାପ ଟେକିଲା ତାର ଫଣା, କୁଆଡ଼େ ଯିବ ପାଉନି ବାଟ ହୋଇଲା ବାଟବଣା । ବଣଭିତରେ ରହନ୍ତି ପଶୁ ଥରୁଟେ ରାଗିଗଲେ, କେହି କାହାକୁ ନ ପାରି ବୁଝି ମରାମରିରେ ମଲେ ।