ଗଛ ଜୀବନ ଧନ ଦୀନବନ୍ଧୁ କର ଏପ୍ରିଲ: ୨୦୨୪ Canonical: https://sishu.kabitawithoutborders.org/shishu/article_details-5cb13e99a9.html ଗଛ ଆମର ମିତରେ ଭାଇ ଗଛ ଆମର ମିତ, ତାହାରି ପାଇଁ ବରଷା ଝରେ ହୁଏ ସବୁରି ହିତ । ଅଦରକାରୀ ଅଙ୍ଗାରକାମ୍ଳ ବାୟୁମଣ୍ଡଳୁ ନିଏ, ହସିହସିକା ଅମଳଜାନ ସଦା ଆମକୁ ଦିଏ । ଅଙ୍ଗୁର, ସେଓ, ଆମ୍ବ, ପଣସ ଦିଅଇ କେତେ ଫଳ ପନିପରିବା ଶାଗ ପତର ଖାଇଲେ ହୁଏ ବଳ । ଗଛରୁ ବହୁ ଔଷଧ ହୁଏ ରୋଗ ହୁଅଇ ଦୂର ଦେହ ଆମର ଭଲ ରହିଲେ ଧରା ସରଗ ପୁର । ଏଇ ଜୀବନ ଗଛର ଦାନ ନକର ତାକୁ ପର ଖାଇବା ଦିଏ ନପାଇବା ଦିଏ ରହିବା ପାଇଁ ଘର । ଦାରୁଦେବତା ଶ୍ରୀ ଜଗନ୍ନାଥ ସବୁଠୁ ବଡ ଯିଏ ଭକତି ବିନା ଏଇ ଜଗତେ ବୁଝିବ ତାଙ୍କୁ କିଏ? ଶପଥ ନେବା ଆସରେ ମୋର କୁନି ଭଉଣୀ ଭାଇ ଗଛ ଲଗାଇ ଯତନ ନେବା ହେଳା କରିବା ନାହିଁ । ଗଛ ବଞ୍ଚିଲେ ହସିବ ଧରା ଗଛ ଜୀବନ ଧନ, ଗୋଟିଏ ଗଛ ସୁପୁତ୍ର ଏକ କହନ୍ତି ସାଧୁ ଜନ । ∎ ନିଳାଦେଈପୁର, ଧର୍ମଶାଳା, ଯାଜପୁର