ଆ`ଲୋ ଵଉଳ ନଈକୁ ଯିବା ପ୍ରଶାନ୍ତ କୁମାର ଦାଶ ଡିସେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-5c51bb7b4a.html ଚଉରାରେ ବୋଉ ଦୀପ ଜାଳିଲାଣି ଫେରିଲେଣି ଗାଈଗୋଠ ସଞ୍ଜ ଆସିଲାଣି ବଉଳ ଲୋ ଯିବା ନଈକୁ ନକରି ମଠ । ମନ୍ଦିରରେ ନନା ଆଳତୀ କଲେଣି ସୁରୁଜ ବୁଡ଼ିବା ଦେଖି ଦୂର ବିଦେଶକୁ ବାପାଙ୍କ ପାଖକୁ ଅପା ବସେ ଚିଠି ଲେଖି । ଝାଡିଲାଣି ପର ଗେଣ୍ଡାଳିଆ ତାର ବିଲୁଆ ଦେଲାଣି ରଡି ଗଛରୁ ପତର ଖସିତ ପଡୁଛି ଅନ୍ଧାର ଆସୁଛି ମାଡି । ମୁହଁ ସଞ୍ଜ ହେଲା ପକ୍ଷୀ ଲେଉଟିଲା ଚରା ବୁଲା ତାର ସାରି ବାଟୋଇ ଚାହିଁଛି ଫେରିଲେ ନଉକା ହେବ ସିଏ ନଈ ପାରି । ସପନା ସାରିକି କ୍ଷେତର ପାଇଟି ଘରକୁ ଫେରିଲା ତାର ଝିଅତ ରହିଚି ଶାଶୂଘରେ ଯାଇ ବୋଉ ଢାଳେ ଲୁହଧାର । ଗରିବ ଶ୍ରମିକ ତଡିଵାକୁ ଦୁଃଖ ସହରେ କରୁଛି କାମ ଅନ୍ଧାରକୁ ଡରି ବୋଉକୋଳେ ଯାଇ ବସିପଡେ କୁନା ଆମ । ଗଉରୀ କହିଲା ଦେଏଖେ ବଉଳ ସଞ୍ଜ ଆସିଲାଣି ନଇଁ ଆସୁଛି ଅନ୍ଧାର ସଅଳ ଯିଵାଲୋ ଗାଆଁଠୁ ଦୂରରେ ନଈ । ∎ କୁଞ୍ଜର ସଙ୍ଗଳାଇ ପିପିଲି ପୁରୀ ମୋବାଇଲ -୯୬୬୮୮୨୨୧୯୦