ପାରିବ ତ ଖୋଜି ଆଣ କୀର୍ତ୍ତନ ସାହୁ ଏପ୍ରିଲ: ୨୦୨୫ Canonical: https://sishu.kabitawithoutborders.org/shishu/article_details-5addf57dcd.html କାହାର କଅଣ ଭଲ ଗୁଣ ଅଛି ମିଶି କରି ତାହା ଜାଣ ନ ମିଶି ପାରିଲେ ଦେଖି ଦେଖି ଚାଖି ଖୋଜି କରି ତମେ ଆଣ । କେତେ ଭଲ ଗୁଣ ଭରି ରହି ଅଛି ଏଇ ସଂସାରରେ ଆମ ଭଲ ଗୁଣ ତମେ ଖୋଜି ନ ପାରିଲେ କରମଟା ହେବ ବାମ । ଘରେ ଥିଲା ବେଳେ ବାପା ମାଆଙ୍କର ଭଲ ଗୁଣ ବାଛି ନିଅ ପାରୁଛ ତ ଯଦି ସେହି ଗୁଣ ସବୁ କାମରେ ଲଗେଇ ଦିଅ । ପାଠ ପଢା ବେଳେ କେତେ ଯେ ଗୁରୁଜୀ ଭେଟିଛନ୍ତି ପରା ଆମେ ଅନୁସରି ଭଲ ଗୁରୁଜୀ ମାନଙ୍କ ଗୁଣ ଲଗାଇବା କାମେ । ସମାଜରେ ଆମେ ନିତି ଭେଟୁଛନ୍ତି କେତେ ପ୍ରକାରର ଲୋକ ତାଙ୍କରି ଭିତରୁ ଯେତେ ଭଲ ଗୁଣ ଖୋଜି ଆଣ ହୋଇ ଜୋକ। ଭଲ ଗୁଣ ଯେତେ ଅଳଙ୍କାର କରି ଦେହରେ ତୁମର ନାଅ ଅନ୍ୟ ମାନଙ୍କର ଭଲ ପାଇବାକୁ ସାଦରେ ଆଦରି ନିଅ । ∎ ମିଶ୍ର କଲୋନୀ ଶାଳପଡ଼ା , କେନ୍ଦୁଝର ଦୂରଭାଷ – ୯୪୩୮୪୧୪୭୦୧