ମଣିଷପଣ କୁ ଯିବୁନି ଭୁଲି ଦେବାଶିଷ ଚକ୍ରବର୍ତ୍ତୀ ମାର୍ଚ୍ଚ: ୨୦୨୬ Canonical: https://sishu.kabitawithoutborders.org/shishu/article_details-5aac1359df.html କରକଶ କଥା କହିକରି କେଭେଁ ଦୁଃଖ ଦେବୁ ନାହିଁ କାହା ମନରେ ଯିଏ ଯାହା କହୁ ତହିଁରେ କି ଯାଏ ଚାଲୁଥିବୁ ସଦା ସତ୍ୟ ପଥ ରେ। ଠିକଣା ଜାଗା କୁ ଯିବା ପାଇଁ ଯଦି ଅନ୍ଧଟିଏ ଖୋଜି ପାଉନି ରାହା କଷ୍ଟ ପଡୁ ପଛେ ନିଶ୍ଚୟ ତାହାର ହାତ ଧରି ଆମେ ହୋଇବୁ ସାହା। ରୋଗ ବାଧକ ରେ ସଢୁଛି ଯଦି କେ ପାଶେ କେହି ତାର ନାହାନ୍ତି ବୋଲି ଡ଼ାକ୍ତର ପାଖକୁ ନେଇଯିବୁ ତାକୁ ସାଙ୍ଗ ସାଥି ସବୁ ଏକାଠି ମିଳି। ଖାଇବାକୁ ମୁଠେ ଆହାର ନପାଇ ଭୋକରେ ଯଦି କେ ରହିଛି ପଡି ମାଆଙ୍କ ପାଖରେ ଅଳି କଲେ ନିଶ୍ଚେ ଭାତ ମୁଠେ ଦେବେ ତାହାକୁ ବାଢି। ମୁନି ଋଷିମାନେ କହି ଯାଇଛନ୍ତି ପର ଉପକାର ସରଗ ବୋଲି ଅଥଚ ଆମର ଖିଆଲପଣ ରେ ଯାଉଅଛୁ ସେହି କଥା କୁ ଭୁଲି। ଲାଭ କଣ ଯଦି ପାଠତକ ଆମ ପୋଥୀରେ ରହିଲେ ସାଇତା ହୋଇ ମଣିଷପଣ କୁ ପାସୋରିଲେ ଆମେ ପାରିବୁ କି କେଭେଁ ମଣିଷ ହୋଇ? ∎ ମୋ ୯୪୩୭୭୫୨୩୯୫