ପ୍ରଥମ ବାର୍ଷିକ ଉତ୍ସବ ତା୦୬/୦୯/୨୩ ଜାନୁୟାରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-5a0438bc0c.html ଏକାଡେମୀର ପ୍ରଥମ ବାର୍ଷିକ ଉତ୍ସବ ତା୦୬/୦୯/୨୩ରେ ଭୁବନେଶ୍ୱର ଯଯାତି ହୋଟେଲ ସଭାଗ୍ରୁହରେ ସଭାପତି ଶ୍ରୀଯୁକ୍ତ ଦାଶ ବେନହୁର ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମୁଖ୍ଯ ଅତିଥି ଭାବେ ଡକ୍ଟର ସଂଘମିତ୍ରା ମିଶ୍ର, ମୁଖ୍ୟ ବକ୍ତା ଭାବେ ଡକ୍ଟର ସନାତନ ପଣ୍ଡା, ସମ୍ମାନୀତ ଅତିଥି ଭାବେ ଡକ୍ଟର ବିଜୟା ପାତ୍ର ଯୋଗଦେଇଥିଲେ। ଉପ ସଭାପତି ଶ୍ରୀ ଯୁକ୍ତ ମହେନ୍ଦ୍ର କୁମାର ମଲ୍ଲିକ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ ସାଧାରଣ ସଂପାଦକ ବାର୍ଷିକ ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ଏକାଡେମୀ ର କାର୍ଯ୍ୟକ୍ରମ ସଂପର୍କ ରେ ସୂଚନା ପ୍ରଦାନ କରିଥିଲେ। ଏକାଡେମୀ ର ସଭାପତି ଆଗାମୀ ଦିନରେ ଏକ ଇ-ପତ୍ରିକା ପ୍ରକାଶ କରିବା ପାଇଁ ପ୍ର ସ୍ଥାବ ଦେଇ କହିଲେ ଯେ ଏହାକୁ ସଂପାଦନା କରିବାକୁ ଶ୍ରୀ ପରେଶ ପଟନାୟକଙ୍କୁ ଦାୟିତ୍ୱ ଦିଆଯିବ। ଆସନ୍ତା ନୂଆ ବର୍ଷରେ ଏହା ପ୍ରକାଶ ପାଇବ। ଏକାଡେମୀ ର ସ୍ୱପ୍ନକୁ ସାକାର କରି ଡକ୍ଟର ସନାତନ ପଣ୍ଡାଙ୍କ ରଚିତ ସଂଗୀତ ରୂପକ ଚଳଚିତ୍ର ମାଧ୍ଯମ ରେ ପ୍ରଦର୍ଶିତ ହୋଇଥିଲା। ସଭାପତିଙ୍କ ପ୍ରସ୍ଥାବ ଅନୁସାରେ ନୟାଗଡ଼ ଜିଲ୍ଲା ପ୍ରତିନିଧି ବସିରନ୍ ବିବି ପ୍ରଥମେ ନୟାଗଡ଼ ଜିଲ୍ଲା ରେ ଏକାଡେମୀ ର ବୈଠକ କରିବାକୁ ପ୍ରସ୍ଥାବଦେଇଥିଲେ।