ଜହ୍ନ ମାମୁଁ ଆମର ଗୀତାଞ୍ଜଳି ସ୍ଵାଇଁ ନଭେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-595234403d.html ଆକାଶରେ ତାରା କେତେ ଜହ୍ନ ସିନା ଗୋଟିଏ. ଆଲୋକର ଜ୍ୟୋତିରେ ସେ ଅନ୍ଧାରକୁ ଲୁଚାଏ I ମାସକରେ ଅଧା ଦିନ କମି କମି ଆସଇ, ଅମାବାସ୍ୟା ରାତି ହେଲେ କୁଆଡେ ସେ ଲୁଚଇ I ପୁଣି ମୁହଁ ଦେଖାଏ ସେ ଅମାବାସ୍ୟା ବାସିରେ, ରୂପା ଥାଳି ପରି ଦିଶେ ପୂର୍ଣ୍ଣମୀର ନିଶିରେ I ସୂର୍ଯ୍ୟଙ୍କର ଚାରିପଟେ ଖେଳେ ଚକାଭାଉଁରୀ. ପୃଥିବୀକୁ ମଝିରେ ସେ ରଖି ମାରେ ଚକିରୀ I ସୂର୍ଯ୍ୟ ଠାରୁ ଜ୍ୟୋତି ଟିକେ ମାଗି ଆଣେ କ୍ଷଣିକେ, ଯାମିନୀ କୁ ହସାଏ ସେ ଆଲୋକରେ ପୁଲକେ I ନଦୀ ପୋଖରୀ ଜଳରେ ପଡିଲେ ତା କିରଣ. ଚକମକ ଝଟକଇ ପାଣି ଭିତରେ ମୀନ I ବିଲ, ବଣ, ନଈ, ତୋଟା ସମସ୍ତଙ୍କୁ ଦେଖଇ, ବିଭେଦ ନ କରି ଜ୍ୟୋତି ସମାନ ସେ ବାଣ୍ଟଇ I ସୂର୍ଯ୍ୟ ଙ୍କ ଜ୍ୟୋତି ଉତ୍ତପ୍ତ ଜହ୍ନ ଭାରି ଶୀତଳ, ଲକ୍ଷ୍ମୀ ଙ୍କର ଭାଇ ବୋଲି ଜହ୍ନ ମାମୁଁ ଆମର I ∎ କାନନ ବିହାର ଫେଜ... 2 ପଟିଆ. ଭୁବନେଶ୍ୱର.. 24