ନେଉଳ ଭାଇ ଡକ୍ଟର ସୁନାମଣି ରାଉତ ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-592236fc9e.html ନେଉଳ ଭାଇ ହେ ନେଉଳ ଭାଇ ମିଟିମିଟି କରି ରହିଛ ଚାହିଁ ଆଗ ଦିଇ ଗୋଡ଼ ଟେକି, ତରତର ହୋଇ ଦଉଡ଼ି ପଳାଅ ଚଗଲା ପିଲାଙ୍କୁ ଦେଖି ।। ପୋକଜୋକ ଖାଇ ବଣରେ ଵୁଲ ସୁଲୁସୁଲୁ ବାଆ ସାଥିରେ ଝୁଲ ମାଆ ପଛେପଛେ ଚାଲ, ବାଟରେପଡ଼ିଲେ ଡେଇଁଚାଲିଯାଅ କେତେ ଢିପ ଖମା ଖାଲ।। ଖରାଦିନେ ଆମ୍ବ ପଣସ ପାଚେ ତାକ୍ ଧିନାଧିନ୍ ନେଉଳ ନାଚେ କହୁଥିଲେ ଆମ ଅଜା, ନେଉଳ ନାଚିଲେ ତାଧିନିଧିନା ଦେଖିବାକୁ ଭାରି ମଜା।। ନେଉଳ ଭାଇହେ ନେଉଳ ଭାଇ ଆମେଳ ତ ତମକୁ ଧରିଵୁ ନାଇଁ ଦେଇ ମାଛ ଦୁଧଭାତ, ଆମେ ତ ଜାଣିଚୁ ତମ ପାଇଁ ଭଲ ତମ ବୁଦାଵଣ ଗାତ ।। ∎ ରାଜାଵଗିଚା,କଟକ-୯ ମୋ-୯୪୩୭୧୯୨୮୯୦n