ଭେଟି ରାଧାମାଧବ ରଥ ଜାନୁଆରୀ: 2026 Canonical: https://sishu.kabitawithoutborders.org/shishu/article_details-584df82fed.html ଆଜି ନବବର୍ଷ। ଏହି ନବବର୍ଷରେ ବ୍ଯୋମକେଶ ବାବୁଙ୍କ ନାତି ଜନ୍ମ ହୋଇଥିଲା ବୋଲି ତାର ନାମକରଣ ହୋଇଥିଲା,`ନୂତନ`। ନୂତନ ବ୍ଯୋମକେଶ ବାବୁଙ୍କ ଏକମାତ୍ର ନାତି।ଭାରି ଭଲ ପାଆନ୍ତି ସେ।ଜୀବନରେ ସେ ଅଜା ହେବାର ସୌଭାଗ୍ଯ ଲାଭ କରିଛନ୍ତି। ଛାତି ଟା ତାଙ୍କର ଗର୍ବରେ ଫାଟି ପଡୁଛି ଯେପରି ! ନୂତନର ଜନ୍ମଦିନ ମହାସମାରୋହରେ ପାଳିତ ହେଉଛି।ନୂତନର ବାପାମାଆଙ୍କ ମନ ମଧ୍ଯ ବେଶ୍ ଖୁସିଥାଏ। ନୂତନ କହିବା ଅନୁଯାଇ ତାର ସାଙ୍ଗମାନେ ବି ଘରକୁ ନିମନ୍ତ୍ରିତ ହୋଇଛନ୍ତି।ଘରଟି ବିଭିନ୍ନ ଫୁଲରେ ଖୁବ୍ ସଜ୍ଜିତ ହୋଇଛି।କାନ୍ଥରେ ହାପି ବାର୍ଥ ଡେ` ବୋଲି ଷ୍ଟିକର ମରା ହୋଇଛି। ସାଙ୍ଗମାନଙ୍କ ଉପସ୍ଥିତିରେ କେକ୍ କଟାହେଲା।ପ୍ରଥମେ ନୂତନ ଏକ ଛୁରିରେ କେକ୍ କାଟିଲା।ପରେପରେ ଅନ୍ଯ ସାଙ୍ଗସାଥୀ ମଧ୍ଯ। ପରସ୍ପର ମଧ୍ଯରେ ହସଖୁସିରେ କେକ୍ ଖାଇବାକୁ ଗଲେ।ନୂତନ କଟାହୋଇଥିବା କେକରୁ କିଛି ଅଂଶ ନିଜର ଅଜାଆଈ ଓ ବାପାମାଆଙ୍କୁ ମଧ୍ଯ ଚାଖିବାକୁ ଦେଲା। ସମସ୍ତେ ହାପି ବର୍ଥ ଡେ` ଟୁ ୟୁ ବୋଲି ବଡପାଟିରେ ଉଚ୍ଚାରଣ କଲେ।ହସଖୁସିର ମାହୋଲ ସୃଷ୍ଟି ହେଲା।ନୂତନର ସାଙ୍ଗମାନେ ଆଣିଥିବା ଭେଟି ବା ଉପହାର ଗୁଡିକ ସଯତ୍ନେ ଟେବୁଲରେ ରଖା ହୋଇଥାଏ। ସାଙ୍ଗମାନେ ଖାଇପିଇ ନିଜ ନିଜର ଘରକୁ ଚାଲିଗଲେ।ନୂତନ ଅଜାଙ୍କ ଉପସ୍ଥିତିରେ ସାଙ୍ଗମାନଙ୍କ ପ୍ରଦତ୍ତ ଉପହାର ଗୁଡିକୁ ଗୋଟିଗୋଟି କରି ଆନନ୍ଦରେ ଖୋଲିବାକୁ ଗଲା।ସମସ୍ତଙ୍କର ଉପହାରରେ ନିଜ ନିଜର ନାମ ଲେଖାହୋଇଥିବା ହେତୁ ଚିହ୍ନିବାରେ କିଛି ଅସୁବିଧା ହେଲାନାହିଁ। ନୂତନର ଅତି ପ୍ରିୟ ସାଙ୍ଗ ସାନ୍ତ୍ବନୁର ଉପହାରଟିକୁ ନୂତନ ଖୋଲିବାକୁ ଗଲା।ସେ ଖୋଲିଲାପରେ ଜାଣି ପାରିଲା, ତାହା ଏକ ମନିପ୍ଳାଣ୍ଟର କ୍ଷୁଦ୍ର ଚାରାଟିଏ ମାତ୍ର। ନୂତନର ମନ ସଙ୍ଗେ ସଙ୍ଗେ ଫୁଲ ପରି ମଉଳିଗଲା।ଅନ୍ଯମାନେ ଅତି ଆକର୍ଷଣୀୟ ଉପହାର ଦେଇଥିବା ସ୍ଥଳେ ନିଜର ପ୍ରିୟ ସାଙ୍ଗ ସାନ୍ତ୍ବନୁ କେବଳ ମାତ୍ର ମନିପ୍ଳାଣ୍ଟର ଚାରାଟିଏ ଦେଇ ତାକୁ ଠକି ଦେଇଛି।ମନରେ ତାର ପ୍ରଶ୍ନ ଉଠିଲା,ଆଉ କଣ ସେ କିଛି ଦେଇ ପାରିଲା ନାହିଁ? ନୂତନର ମନଟି ସହସା ମଉଳି ଯିବାର ଦେଖି ବ୍ଯୋମକେଶବାବୁ ନାତିକୁ ବୁଝାଇବାକୁ ଯାଇ କହିଲେ ,ନାତି ନୂତନ ! ମନିପ୍ଳାଣ୍ଟଟି ହେଉଛି ତୋ ପାଇଁ ଶ୍ରେଷ୍ଠ ଉପହାର। ବିଶ୍ବାସ ଅଛି,ଏହା କେବଳ ଧନ ନୁହେଁ,ମଣିଷର ଉତ୍ତମ ଶିକ୍ଷା ଓ ସ୍ବାସ୍ଥ୍ୟର ପ୍ରତୀକ ବା ଚିହ୍ନ। ଏହା ତୋତେ ଉନ୍ନତିର ରାହା ଦେଖାଇବ। ତୁ ଏହାକୁ ଆଖି ଆଗରେ ରଖି ନିଜର କର୍ମ ପଥରେ ଆଗେଇ ଚାଲିବୁ। ଅଜାଙ୍କ ଏହି ପଦକ କଥାରେ ନୂତନ ମନରେ ଆନନ୍ଦର ଲହରୀ ଖେଳିଗଲା। ସେ ମନେମନେ ନିଜର ସାଙ୍ଗ, ସାନ୍ତ୍ବନୁକୁ ଧନ୍ୟବାଦ ଦେଲା। ଏହାଠାରୁ ବଡ କଥା କଣ ହୋଇ ପାରେ ? ∎ ଭର୍ତ୍ତୁର ,ବାଙ୍ଗାଲୋର ,କର୍ଣ୍ଣାଟକ । ମୋ -9437181196.