ଶିଶୁ ଦିବସ ଧ୍ରୁବ ଚରଣ ଘିବେଲା ନଭେମ୍ବର : ୨୦୨୪ Canonical: https://sishu.kabitawithoutborders.org/shishu/article_details-5761c68308.html ନଭେମ୍ବର ମାସ ଚଉଦ ତାରିଖ ଶିଶୁଙ୍କର ଦିନଟିଏ ଶିଶୁଙ୍କର ପାଇଁ ମହତ୍ତ୍ୱ ଯେ ଥାଇ ସ୍ମରଣୀୟ ଦିନ ସିଏ I ସେଇ ଦିବସରେ ଜନମି ଥିଲେ ଯେ ସେ ଆଉ କେହି ନୁହଁନ୍ତି ଶିଶୁଙ୍କର ପ୍ରିୟ ସେ ଚାଚା ନେହେରୁ ନାମରେ ସଭିଏଁ ଜାଣନ୍ତି I ତାଙ୍କ ଜନ୍ମଦିନ ହୁଅଇ ପାଳନ ଶିଶୁଦିବସ ନାଆଁରେ ସେଇ ମାସ ସେଇ ଦିନ ତାରିଖରେ ସବୁ ଶିକ୍ଷାନୁଷ୍ଠାନରେ I ଭଲ ପାଉଥିଲେ ସ୍ନେହ କରୁଥିଲେ ଶିଶୁଙ୍କୁ ଅଧିକ ବୋଲି ତ ସେଇଥିପାଇଁକି ତାଙ୍କ ଜନ୍ମଦିନ ସବୁଠି ହୁଏ ପାଳିତ I ଆୟୋଜିତ ହୁଏ ଦିବସ ପାଳନ ପାଇଁ କି ସ୍କୁଲରେ ସଭା ସଭିଏଁ ଆସିକି ସଭାରେ ରହିକି ବଢ଼ାନ୍ତି ସଭାର ଶୋଭା I ସେଦିନ ସ୍କୁଲରେ ସଭା ସମ୍ମୁଖରେ ତାଙ୍କ ଫଟୋ ଶୋଭାପାଏ ଫୁଲମାଳ ଦେଇ ଚନ୍ଦନ ଲଗାଇ ଆସେ ଯିଏ ଗୁଣ ଗାଏ I ଆଜିର ଦିନରେ ନାହାନ୍ତି ନେହେରୁ ମରି ସିଏ ଆଜି ଅମର ଜନମ ଦିବସେ ଆହେ ଯୁଗଜନ୍ମା ଘେନ ଜୁହାର ଆମ୍ଭର I ∎ ବଉଦରାଜ, ଜି. ବୌଦ୍ଧ ମୋ.9437478466