ଆସିଲା ପଉଷ ଶୀତ ବସିରନ୍ ବିବି ଜାନୁଆରୀ: 2026 Canonical: https://sishu.kabitawithoutborders.org/shishu/article_details-55775454ca.html ପଉଷ ଶୀତ ଟା ଧରା ଛୁଇଁଲା କମଳ ,ରେଜେଇ ଖୋଜା ପଡ଼ିଲା କୁହୁଡି ଆସିଲା ମାଡ଼ି। ସୂରୁଯ ଲୁଚିଲା କୁହୁଡି ଭିତରେ ମୁନୁ ପାରିଲାନି ଖେଳି।୧। କୋହଲା ପବନ ବହି ଆସିଲା ଝରକା ଫାଙ୍କରେ ଲୁଚି ପଶିଲା ଉହ୍ମେଇ ପଡ଼ିଲା ଖୋଜା ବାପା ଖଞ୍ଜି ଦେଲେ ରୁମ୍ ହିଟର କୁ ଲାଗିଲା ବଢିଆ ମଜା।୨। ଟିକି ସାଙ୍ଗ ତା`ର ଶଙ୍କି ପୁଷି ଛୁଆ ମା`କୁ ଛାଡି ତା`ଆସୁ ନାହିଁ କିଆଁ ଡାକିଲା ଆ`ରେ ପୁଷି ଜାକିଜୁକି ହୋଇ ଶୋଇ ଯିବା ଟିକେ ଶୀତ ପାରିବନି ପଶି ।୩। ଶୀତେ ଥୁରୁ ଥୁରୁ କୁନି `ପଗ୍ `ଆମ ବିନ୍ ବ୍ୟାଗ ପରେ ଟାଣୁଛି ଉଷୁମ ଘୁଙ୍ଗୁଡ଼ି ମାରୁଛି ଶୋଇ ମୁନୁ ଉଠିଗଲେ ଉଠିଯିବ ସିଏ ଧାଇଁ ଗୁଡୁ ଗୁଡୁ ହୋଇ।୪। ∎ ନୟାଗଡ଼ ଦୂରଭାଷ-୯୪୩୭୪୮୪୭୮୬